ଭୁବନେଶ୍ବର: ସୋମବାରଠୁ ଆରମ୍ଭ ହେଉଛି ବିଧାନସଭା ଅଧିବେସନ । ଏହା ପୂର୍ବରୁ ଶେଷ ହୋଇଛି ସର୍ବଦଳୀୟ ବୈଠକ । ସର୍ବଦଳୀୟ ବୈଠକରେ ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହୋଇଥିଲା। ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପ ମୁଖ୍ୟମନ୍ତ୍ରୀ କେ ଭି ସିଂ ଦେଓ, ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ବିଜେପି ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ସମେତ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲିକ ଉପସ୍ଥିତ ଥିଲେ । କିନ୍ତୁ ବୈଠକରେ ଜଣେ ବି କଂଗ୍ରେସ ବିଧାୟକଙ୍କୁ ଦେଖିବାକୁ ମିଳି ନ ଥିଲା ।