ସୋର : ରାଜନୀତିରେ କେତେବେଳେ କିଏ କେଉଁଦଳରେ ଥାଏ ତାହା ବୁଝିବା ମୁସ୍କିଲ । କାଲି ରାଜୁ ଦାସ ବିଜେଡିରେ ଥିଲେ ଆଜି ବିଜେପିରେ । ଆଉ ରାଜୁ ଦାସଙ୍କୁ ଅଧା ରାସ୍ତା ଅଟକ ରଖିଛନ୍ତି ସୋର ବିଜେପି କର୍ମୀ। ସୋରକୁ ପଶିବା ବାଟରେ ଜୋରଦାର କର୍ମୀମାନେ ବିରୋଧ କରିଥିବା ଦେଖିବାକୁ ମିଳିଛି। ଗତ ୨ତାରିଖରେ ବିଜେପି ଦଳ ପକ୍ଷରୁ ସୋର ନିର୍ବାଚନମଣ୍ଡଳି ନିମନ୍ତେ ରାଜୁ ଦାସଙ୍କୁ ବିଜେପି ପ୍ରାର୍ଥୀ ଘୋଷଣା କରାଯାଇଥିଲା। ତେବେ ବିଜେପି କର୍ମୀମାନେ ତାଙ୍କୁ ସେଠାରେ ଗ୍ରହଣ କରିନଥିବା ଦେଖାଯାଇଥିଲା । ବିଜେପି କର୍ମୀମାନେ ଗୋ-ବ୍ୟାକ ଗୋ-ବ୍ୟାକ ନାରା ଦେଇଥିବା ଦେଖିବାକୁ ମିଳିଥିଲା ।