ବାଲେଶ୍ବର: ବୁଧବାର ସିମୁଳିଆ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ବିଜେଡ଼ିରୁ ଇସ୍ତଫା ଦେବା ପରେ ୨୪ ଘଣ୍ଟା ନ ପୁରୁଣୁ ଦଳ ଜ୍ୟୋତିପ୍ରକାଶଙ୍କୁ ବୁଝାଇସୁଝାଇ ଘର ବାହୁଡ଼ାଇ ଆଣିଛି। ଏହା ସହିତ ଜ୍ୟୋତିପ୍ରକାଶଙ୍କୁ ଦଳ ପକ୍ଷରୁ ନୂଆ ଦାୟିତ୍ବ ପ୍ରଦାନ କରାଯାଇଛି। ତାଙ୍କୁ ବାଲେଶ୍ବର ଜିଲ୍ଲା ସଭାପତିର ଦାୟିତ୍ବ ଦିଆଯାଇଛି।