ଆସନ୍ତାକାଲି ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ । ଗତକାଲିଠୁ ବିଭିନ୍ନ ବୁଥକୁ ଇଭିଏମ, ଭିଭିପାଟ ଧରି ମତଦାନ କେନ୍ଦ୍ରକୁ ଯାଉଛନ୍ତି ପୋଲିଂ ଅଧିକାରୀ । ଶୃଙ୍ଖଳାର ସହ ମତଦାନ ପାଇଁ କଡା ସୁରକ୍ଷାର ବନ୍ଦୋବସ୍ତ କରାଯାଇଛି । ଦ୍ୱିତୀୟ ପର୍ଯ୍ୟାୟରେ ୫ ଲୋକସଭା ଆସନ ଓ ୩୫ ବିଧାନସଭା ଆସନରେ ପଡିବ ଭୋଟ । ବରଗଡ, ବଲାଙ୍ଗୀର, ସୁନ୍ଦରଗଡ, କନ୍ଧମାଳ ଓ ଆସ୍କା ସଂସଦୀୟ କ୍ଷେତ୍ର ଓ ଏହା ଅଧିନରେ ଥିବା ୩୫ ବିଧାନସଭା ଆସନରେ ଭୋଟ ଗ୍ରହଣ ହେବ । ମଇଦାନରେ ୩୦୫ ଜଣ ପ୍ରାର୍ଥୀ ଭାଗ୍ୟ ପରୀକ୍ଷା କରୁଛନ୍ତି ।ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବାକୁ ଥିବା ଲୋକସଭା ଓ ବିଧାନସଭା ଆସନରେ ୨୦୧୯ ନିର୍ବାଚନ ଫଳାଫଳକୁ ଦେଖିଲେ ବିଜେଡିର ପଲା ଭାରି ରହିଛି ।