ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପିଏ ବିଭବ କୁମାର ଗିରଫ ହେବା ପରେ ଦିଳ୍ଲୀ ରାଜନୀତି ସରଗରମ ହୋଇଛି । ରାଜ୍ୟସଭା ସାଂସଦ ସ୍ବାତୀ ମାଲିୱାଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଦୁର୍ବ୍ୟବହାର ଅଭିଯୋଗରେ ବିଭବଙ୍କୁ ଗିରଫ କରାଯିବାକୁ ନେଇ ପୋଲିସ କେଜରିଓ୍ବାଲଙ୍କ ବାସଭବନକୁ ଯାଇ ପ୍ରମାଣ ସଂଗ୍ରହ କରୁଛି । ସେପଟେ ବିଜେପି ଏପରି କରିବାକୁ ସ୍ବାତୀଙ୍କୁ କହିଥିବା କେଜରିଓ୍ବାଲ କହିଛନ୍ତି । ସେ ପ୍ରେସ ମିଟରେ କହିଛନ୍ତି ଯେ ଆସନ୍ତାକାଲି ଆପର ବରିଷ୍ଠ ନେତାମାନେ ବିଜେପି ଅଫିସ ଘେରାଉ କରିବେ । ବିଭବ କୁମାରଙ୍କ ଘରକୁ ଯାଇଥିଲା ଦିଲ୍ଲୀ ପୋଲିସ। ସେଠାରେ ତାଙ୍କୁ ପାଇନଥିଲା। ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ ସମେତ ସ୍ପେଶାଲ୍ ସେଲ୍ ଟିମ ବିଭବ କୁମାରଙ୍କୁ ଖୋଜିବା ପରେ ଗିରଫ କରିଛି ।