ମେଷ: ସାରା ଦିନ ଖୁସି ମନରେ ରହିବେ। ନୂଆ ବ୍ୟବସାୟରେ ପୁଞି ଲଗାନ୍ତୁ ଭବିଷ୍ୟତରେ ଲାଭ ପାଇବେ। ହଜିଥିବା ଜିନିଷର ସଂଧାନ ପାଇବେ। ପ୍ରିୟବନ୍ଧୁ ଉପହାର ପାଇବେ।
ବୃଷ: ସମାଜରେ ଆପଣଙ୍କର ସ୍ଥିତି ଭଲ ରହିବ। ଲୋକେ ଆପଣଙ୍କର ଗୁଣଗାନ କରିବେ। ବ୍ୟବସାୟରେ ନୂଆ ପ୍ରସ୍ତାବ ମିଳିବ। ସଙ୍ଗୀତ ଉପକରଣ କିଣି ପାରନ୍ତି। ପ୍ରେମ ରୋମାନ୍ସ ପାଇଁ ଦିନଟି ଉତ୍ତମ।
ମିଥୁନ: କୌଣସି ଖବର ପାଇ ତୁରନ୍ତ ନିଷ୍ପତ୍ତି ନେବା କଠିନ ହେବ। ଅନ୍ୟମାନଙ୍କ କଥା ଶୁଣନ୍ତୁ ହେଲେ ନିଜ ବିବେକରେ କାମ କରନ୍ତୁ। ପତି ପତ୍ନୀଙ୍କ ମଧ୍ୟରେ ପ୍ରେମଭାବ ବୃଦ୍ଧି ହେବ।
କର୍କଟ: ଧର୍ମ ପୁସ୍ତକ ପଢ଼ିବାରେ ରୁଚି ବଢ଼ିବ। ଜ୍ୟୋତିଷ ବିଜ୍ଞାନର ଚର୍ଚ୍ଚା କରିପାରନ୍ତି। ପାରିବାରିକ ସଂପତ୍ତି ବିବାଦ ସମାପ୍ତ ହେବ। ବ୍ୟବସାୟରେ ନୂଆ ଦିଗ ମିଳିବ। ଆର୍ଥିକ ସ୍ଥିତି ସୁଦୃଢ଼ ହେବ।
ସିଂହ: ମନରେ କିଛି ନୂଆ କାର୍ଯ୍ୟ କରିବାର ଆଶା ଉଜ୍ଜୀବିତ ହେବ। ଠିକ୍ ସମୟରେ ଉଚିତ ପଦକ୍ଷେପ ନେବେ। ସାମାଜିକ କ୍ଷେତ୍ରରେ ଯଶ ବଢ଼ିବ। ଶିକ୍ଷକଙ୍କ ସହ ଉତ୍ତମ ବୁଝାମଣା ରହିବ।
କନ୍ୟା: ଇଷ୍ଟଦେବଙ୍କ ସ୍ମରଣରେ ଆତ୍ମବଳ ବୃଦ୍ଧି ହେବ। ବାପା ମାଆଙ୍କ ସେବାରେ ଭଲ ଫଳ ପାଇବେ। ଯିବାକୁ ଥିବା ଯାତ୍ରା ଲାଭଦାୟକ ହେବ। କୋର୍ଟ କଚେରି ମାମଲାରେ ଜିତିବେ।
ତୁଳା: ସ୍ବଭାବରେ ବିନମ୍ର ହୋଇ ମୁରବିଙ୍କ ସହ କଥାବର୍ତ୍ତା କରନ୍ତୁ। ଚାକିରିରେ କୌଣସି ଆଶା ପୂରଣ ହେବ। ବ୍ୟବସାୟର ନୂଆ ପ୍ରସ୍ତାବ ଉପରେ ବିଚାର କରିବେ। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ।
ବିଛା: ସାମାଜିକ ସ୍ଥିତି ମଜଭୁତ ହେବ। ବିରୋଧୀମାନଙ୍କ ସହ ଦୃଢ଼ ମୁକାବିଲା କରିବେ। ଚାକିରିଜୀବୀଙ୍କ ଲାଗି ଦିନଟି ଭଲ। ଘରେ ଖୁସିର ବାତାବରଣ ରହିବ। ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ।
ଧନୁ: ଜୀବନକୁ ସକାରାତ୍ମକ ବନାନ୍ତୁ। ଯେଉଁ କାର୍ଯ୍ୟ ହାତକୁ ନେବେ ତାକୁ ସଂପୂର୍ଣ୍ଣ କରି ବିଶ୍ରାମ କରନ୍ତୁ। ଚାକିରିରେ ପଦୋନ୍ନତି ମିଳିପାରେ। ପ୍ରିୟତମଙ୍କ ଠାରୁ ଉପହାର ପାଇବେ।
ମକର: ଦେବୀ ମନ୍ଦିରରେ ପୂଜାର୍ଚ୍ଚନା କରନ୍ତୁ ଶୁଭଫଳ ପାଇବେ। ଖେଳାଳୀମାନଙ୍କର ସମର୍ଥକ ସଂଖ୍ୟା ବୃଦ୍ଧି ହେବେ। ନୂଆ ଲୋକଙ୍କ ସହିତ ସଂପର୍କ ହେବ। ପ୍ରେମ ଜୀବନରେ ମଧୁର ହେବ।
କୁମ୍ଭ: ବେପାରରେ ପ୍ରଗତି ପାଇଁ ଯଥେଷ୍ଟ ଧ୍ୟାନ ଦେବେ। ରାଜନୀତିରେ ଲାଭ ମିଳିବାର ସୁଯୋଗ ପାଇବେ। ଘରକୁ ବନ୍ଧୁ ଆସିବେ। ନୂଆ ଘର ନିର୍ମାଣ ଲାଗି ଯୋଜନା କରିବେ।
ମୀନ: କୌଣସି ଖବର ପାଇ ମାନସିକ ଅସ୍ଥିରତା ବଢ଼ିପାରେ। ଧୈର୍ଯ୍ୟ ରଖନ୍ତୁ, ନିଜ ନିଷ୍ପତ୍ତି ଉପରେ ଅଟଳ ରହନ୍ତୁ। ନୂଆ ସୁଯୋଗ ଓ କାମ ପାଇବେ। ପ୍ରେମ ବ୍ୟାପାର ଲାଗି ଦିନଟି ଭଲ।