ବ୍ରେନ ଷ୍ଟ୍ରୋକ୍ ହେଲେ କଣ କରିବେ ? ଏହି ପ୍ରଶ୍ନ ସମସ୍ତଙ୍କ ମନରେ ଆସେ । ସଚେତନତା ଅଭାବରୁ ରୋଗୀଙ୍କୁ ପକେଇ ରଖିଥାନ୍ତି ପରିବାର ଲୋକ । ତେବେ ବ୍ରେନ୍ ଷ୍ଟ୍ରୋ୍କ୍ ହେଲେ ଚାରି ଘଣ୍ଟା ଭିତରେ ଡାକ୍ତରଖାନା ନେବା ଆବଶ୍ୟକ । ଭାରତରେ ପ୍ରତି ୪୦ ସେକେଣ୍ଡରେ ଜଣେ ଲୋକ ବ୍ରେନ-ଷ୍ଟ୍ରୋକରେ ଆକ୍ରାନ୍ତ ହେଉଛନ୍ତି। କାହାର ଜୀବନ ଯାଉଛି ତ କିଏ ବିଛଣାରେ ପଡି ଯନ୍ତ୍ରଣା ପାଉଛି । ପ୍ରତି ୪ ମିନିଟରେ ଜଣେ ମୃତ୍ୟୁବରଣ କରୁଥିବା ରିପୋର୍ଟ କହୁଛି । ଓଡ଼ିଶାରେ ବ୍ରେନ୍-ଷ୍ଟ୍ରୋକ୍ ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢ଼ି ବଢ଼ି ଚାଲିଛି । ପରିବର୍ତ୍ତିତ ଜୀବନଶୈଳୀ ଯୋଗୁଁ ବର୍ତ୍ତମାନ ଷ୍ଟ୍ରୋକ ଭଳି ବିଭିନ୍ନ ଅଣସଂକ୍ରାମକ ରୋଗର ମାତ୍ରା ବଢ଼ିଚାଲିଛି। ବ୍ରେନ୍ ଷ୍ଟ୍ରୋକ୍ ବା ମସ୍ତିଷ୍କାଘାତ ଆଜି ସାରା ବିଶ୍ୱରେ ଚିନ୍ତା ବଢ଼ାଇଛି । ଷ୍ଟ୍ରୋକ ଯୋଗୁଁ ସୃଷ୍ଟି ହେଉଥିବା ଗୁରୁତର ଅକ୍ଷମତା ରୋଗୀଙ୍କ ବାକି ଜୀବନକୁ ଜଟିଳ କରିଦେଉଛି। ତେବେ ଏଥିପ୍ରତି କିପରି ଚିକିତ୍ସା କରିବେ ଆସନ୍ତୁ ଡାକ୍ତରଙ୍କଠାରୁ ଜାଣିବା