ମେଷ: ଆପଣଙ୍କ ଆଖପାଖର ଲୋକ ଆପଣଙ୍କୁ ପ୍ରୋତ୍ସାହିତ କରିବେ ଏବଂ ଆପଣଙ୍କ କାମ ପ୍ରଶଂସା କରିବେ। କିଛି ଲୋକଙ୍କ ସହିତ ମିଶି ଆପଣ ଖୁସି ରହିବେ। ବନ୍ଧୁ ଠାରୁ ସୁନ୍ଦର ଉପହାର ପାଇବେ।
ବୃଷ: ବକେୟା ଅର୍ଥ ପାଇବେ। କାରବାରରେ ଉନ୍ନତି ହେବ। କୌଣସି ଅନୁଭବୀ ବ୍ୟକ୍ତିଙ୍କ ସହିତ ମିଶି ଆପଣଙ୍କୁ ସମସ୍ୟାର ସମାଧାନ ମିଳିଯିବ। ପରିବାର ସହିତ ବାହାରକୁ ବୁଲି ଯିବାର ଯୋଜନା କରିବେ।
ମିଥୁନ: କୌଣସି ପୁରୁଣା କଥାରେ ଫସି ଯିବେ। ଆପଣଙ୍କ ବ୍ୟକ୍ତିତ୍ବ ଲୋକମାନଙ୍କୁ ଆକର୍ଷିତ କରିବ। ଆପଣଙ୍କ ରୁଚି ସାମାଜିକ ଗତିବିଧିରେ ରହିବ। ଅଫିସରେ କାମ ତରବରିଆରେ କରନ୍ତୁ ନାହିଁ।
କର୍କଟ: ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହଯୋଗ ଆପଣଙ୍କ ଉତ୍ସାହକୁ ଦିଗୁଣା କରିବ। ଆପଣ ନୂଆ ଘର କିଣିବା ପାଇଁ ବିଚାର କରିବେ। ବ୍ୟବସାୟ ଆଗକୁ ବଢ଼ାଇବା ପାଇଁ ଯୋଜନା କରିବେ।
ସିଂହ: ଶ୍ରୀଜଗନ୍ନାଥଙ୍କ ପ୍ରତି ଆସ୍ଥା ବଢ଼ିବ। ଜୀବନସାଥୀ ସହିତ ସମ୍ବନ୍ଧ ମଧୁର ହେବ। ବ୍ୟବସାୟରେ ଅଧିକ ମନୋଯୋଗର କାମ କରନ୍ତୁ। ସମୟ ଓ ଶକ୍ତି ଅନ୍ୟମାନଙ୍କ ସାହାଯ୍ୟରେ ଲଗାନ୍ତୁ।
କନ୍ୟା: ନିଜର ମହତ୍ବାକାଂକ୍ଷା ଉପରେ ନିୟନ୍ତ୍ରଣ ରଖନ୍ତୁ। ସକାରାତ୍ମକ ଭାବନା ଘେନି କାମ କରନ୍ତୁ। କୌଣସି ମହଳାଙ୍କ ସାହାଯ୍ୟରେ ନିଜ ପେସାରେ ଲାଭ ହେବ। ପ୍ରେମୀ ଯୁଗଳ ରମଣୀୟ ସ୍ଥାନକୁ ବୁଲି ଯିବେ।
ତୁଳା: ଦିନଦଟି ବ୍ୟସ୍ତତା ଭରା ରହିବ। ଆର୍ଥିକ ବିଷୟରେ ଆପଣଙ୍କୁ ଲାଭ ହେବ। ପରିବାର ଲୋକଙ୍କୁ ଆପଣଙ୍କ ଠାରୁ ଅଧିକ ଆଶା ରହିବ। ପ୍ରେମୀ ଯୁଗଳ ଜଣେ ଅନ୍ୟଜଣଙ୍କ ଭାବନାକୁ ସମ୍ମାନ କରିବେ।
ବିଛା: ସବୁ କଷ୍ଟ ନିବାରଣ ହେବ। ଘର ସଜାଇବା ଉପକରଣ କିଣିବା ପାଇଁ ବଜାରକୁ ଯିବେ। କୌଣସି ବ୍ୟକ୍ତି ନିଜର କଥା ଆପଣଙ୍କୁ କହିବେ। ଆପଣ ନିଜର ପ୍ରିୟବନ୍ଧୁ ସହିତ ମିଶିବା ପାଇଁ ଯୋଜନା କରିପାରନ୍ତି।
ଧନୁ: ବ୍ୟବସାୟର ଲାଭ ଅର୍ଥ ପୁଣି ବ୍ୟବସାୟରେ ଲଗାଇବେ। ପରିବାର ସହିତ ବାହାରକୁ ବୁଲି ଯାଇପାରନ୍ତି। ଖେଳାଳୀଙ୍କ ଲାଗି ଦିନଟି ଭଲ। ପ୍ରେମୀ ଯୁଗଳଙ୍କ ବ୍ୟବହାରରେ ସକାରାତ୍ମକ ଆସିବ।
ମକର: ଖର୍ଚ୍ଚ ଆପଣଙ୍କୁ ଚିନ୍ତାରେ ପକାଇପାରେ। ଆପଣଙ୍କ ବ୍ୟକ୍ତିତ୍ବରେ ସକାରାତ୍ମକ ପରିବର୍ତ୍ତନ ଆସିବ। କତୃପକ୍ଷ ଆପଣଙ୍କ କାମରେ ପ୍ରଶଂସା କରିବେ। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ।
କୁମ୍ଭ: ଘରର ସମସ୍ୟା ଜାଣିବା ପାଇଁ ଘରର ବରିଷ୍ଠଙ୍କ ସହିତ ସମୟ କଟାଇବେ। ବେପାରରେ ଲାଭ ହେବ। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ। ଛାତ୍ରଛାତ୍ରୀ କଲେଜ ପ୍ରୋଜେକ୍ଟ ପୂରା କରିବାରେ ସଫଳ ହେବେ।
ମୀନ: ପୂର୍ବରୁ କରିଥିବା ନିବେଶ ଲାଭପ୍ରଦ ରହିବ। କିଛି ନୂଆ ଓ ସୃଜନାତ୍ମକ କରିବା ପାଇଁ ଦିନଟି ଭଲ। ଆର୍ଥିକ ବିଷୟ ଅଧିକ ଗମ୍ଭୀରତାରେ ନେବେ। ଅଫିସରେ ସହକର୍ମୀଙ୍କର ସାହାଯ୍ୟ ସହଯୋଗ ପାଇବେ।