ନେଟଫ୍ଲିକ୍ସର ଚର୍ଚ୍ଚିତ ସିରିଜ୍ ‘ହୀରାମଣ୍ଡି’କୁ ନେଇ ଏବେ ଚର୍ଚ୍ଚାରେ ଥିଲେ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା। ଏହି ସିରିଜରେ ଫରିଦନ ଭୂମିକାରେ ନଜର ଆସି ଦର୍ଶକଙ୍କ ମନ କିଣିଥିଲେ ସୋନାକ୍ଷୀ। ତେବେ ସିରିଜ୍ ପାଇଁ ଚର୍ଚ୍ଚାରେ ଥିବା ସୋନାକ୍ଷୀ ଏବେ ନିଜ ବିବାହକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ସେ ଖୁବଶୀଘ୍ର ନିଜ ପ୍ରେମିକ ଜାହୀର ଇକବାଲଙ୍କୁ ବିବାହ କରିବେ।ବିବାହ ପରେ ସୋନାକ୍ଷୀ ଧର୍ମ ବଦଳାଇବା ଚର୍ଚ୍ଚା ଉପରେ ପ୍ରତିକ୍ରିୟା ରଖିଛନ୍ତି ତାଙ୍କ ଶଶୁର ଇକବାଲ ରତାନ୍ସୀ |ସେ କହିଛନ୍ତି ଯେ, “ସୋନାକ୍ଷୀ ଧର୍ମ ପରିବର୍ତ୍ତନ କରିବେ ନାହିଁ ଏବଂ ଏହା ନିଶ୍ଚିତ। ସେମାନଙ୍କର ହୃଦୟର ମିଳନ ହେବା ପରେ ବିବାହ ହେଉଛି | ଏଥିରେ ଧର୍ମର କୌଣସି ଭୂମିକା ନାହିଁ। ମୁଁ ମାନବିକତା ଉପରେ ବିଶ୍ୱାସ କରେ। ଈଶ୍ୱରଙ୍କୁ ହିନ୍ଦୁମାନେ ଭଗବାନ୍ ଏବଂ ମୁସଲମାନମାନେ ଆହ୍ଲା ବୋଲି କହନ୍ତି। କିନ୍ତୁ ଶେଷରେ, ଆମେ ସମସ୍ତେ ମଣିଷ ଅଟୁ | ମୋର ଆଶୀର୍ବାଦ ଜହିର ଏବଂ ସୋନାକ୍ଷୀଙ୍କ ସହ ଅଛି।”