ଭେଟେରାନ ସଙ୍ଗୀତକାର ଏ.ଆର୍ ରେହମାନଙ୍କର ଛାଡପତ୍ର ହେବାକୁ ଯାଉଛି। ଦୀର୍ଘ ୨୯ବର୍ଷର ଦାମ୍ପତ୍ୟ ଜୀବନ ପରେ ସ୍ତ୍ରୀ ସାଏରା ବାନୋଙ୍କ ଠାରୁ ସେ ଅଲଗା ହେବାକୁ ଯାଉଛନ୍ତି। ଏନେଇ ରେହମାନ ଓ ସାୟରାଙ୍କ ଓକିଲ ସୂଚନା ଦେଇଛନ୍ତି। ତେବେ ସାଏରାଙ୍କ ଅନୁସାରେ, ସେ ଏହି ସମ୍ପର୍କରେ ବହୁ ସମସ୍ୟାରେ ଚଳୁଛନ୍ତି। ଯାହାକୁ ନେଇ ଜୀବନ ଅତିବାହିତ କରିବା ଅସୁବିଧା ହେଉଛି।