ତମନ୍ନାଙ୍କୁ ଇଡିର ଜେରା । ଏହି ବଲିଉଡ ଅଭିନେତ୍ରୀଙ୍କୁ କାହିଁକି ଇଡି ଜେରା କରୁଛି ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ଇଡି ଜେରା କରିବା ନେଇ ନୋଟିସ ଜାରି କରିଥିଲା । କାରଣ ହେଉଛି ମହାଦେବ ବେଟିଂ ଆପରେ IPL ମ୍ୟାଚକୁ ଅବୈଧ ଭାବେ ପ୍ରଚାର କରାଯାଉଥିଲା । ଆଉ ଅନେକ ଅଭିନେତ୍ରୀ ପ୍ରଚାର ପ୍ରସାର କରିବାରେ ମୁଖ୍ୟ ଭୂମିକା ନେଇଥିଲେ । ଏହି ଅଭିଯୋଗରେ ଇଡି ତମନ୍ନାଙ୍କୁ ପଚରାଉଚରା କରିଛି। ଗୁଆହାଟି ଅଫିସରେ ବଲିଉଡ ଅଭିନେତ୍ରୀ ତମନ୍ନ ଭାଟିଆଙ୍କୁ ପଚରାଉଚରା କରିଛନ୍ତି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଅଧିକାରୀ।
ଏହି ମାମଲାରେ ଇଡି କମେଡିଆନ କପିଲ ଶର୍ମାଙ୍କୁ ମଧ୍ୟ ପଚରାଉଚରା କରିଛି। ତମନ୍ନା ଭାଟିଆଙ୍କୁ ଇଡି ଦ୍ଵିତୀୟ ଥର ଲାଗି ପଚରାଉଚରା କରିଛି। ଏହା ପୂର୍ବରୁ ଏପ୍ରିଲ ମାସରେ ତମନ୍ନାଙ୍କୁ ପଚରାଉଚରା କରିଥିଲା ଇଡି।
ତଦନ୍ତ ପାଇଁ ଇଡିର ସମନ ପରେ ଅଭିନେତ୍ରୀ ତମନ୍ନ ଭାଟିଆ ତାଙ୍କ ମାଆଙ୍କ ସହ ଇଡି କାର୍ଯ୍ଯାଳୟକୁ ଆସିଥିଲେ। ଗୁଆହାଟିରେ ତମନ୍ନାଙ୍କୁ ପଚରାଉଚରା କରାଯାଇଥିଲା। ଇଡି ଏହି ମାମଲାରେ ବଲିଉଡର ୧୭ ଜଣ ଅଭିନେତ୍ରୀଙ୍କୁ ପଚରାଉଚରା କରିଲାଣି।
ମହାଦେବର ସହାୟକ କମ୍ପାନୀ ଫେୟରପ୍ଲେ ଆପ୍ ଜରିଆରେ ଆଇପିଏଲ ମ୍ଯାଚର ପ୍ରଚାର କରାଯାଇଥିଲା। ତମନ୍ନାଙ୍କୁ ମହାରାଷ୍ଟ୍ର ସାଇବର ସେଲ୍ ପଚରାଉଚରା କରିଥିଲା। ମହାଦେବ ବେଟିଂ ଆପ ଜରିଆରେ ୧୫ ହଜାର କୋଟି ଟଙ୍କା ହେରଫେର ହୋଇଥିବା ଅଭିଯୋଗ ହୋଇଛି। ମହାଦେବ ଆପ ମାଲିକ ସୌରଭ ଚନ୍ଦ୍ରାକରଙ୍କୁ ୬ ଦିନ ପର୍ବରୁ ଦୁବାଇରୁ ଗିରଫ କରାଯାଇଥିଲା।