ଦୀପାବଳି ପାଇଁ ଆପଣ ଯଦି ବାଣ କିଣୁଛନ୍ତି ତେବେ କିଛି ନୀତିନିୟମ ବିଷୟରେ ଜାଣିବା ଆବଶ୍ୟକ। ତେବେ ବାଣଜନିତ ସମ୍ଭାବ୍ୟା ବିପଦକୁ ଏଡାଇବା ଲାଗି ପୂର୍ବତଟ ରେଳପଥ ପକ୍ଷରୁ ନୋଟିସ ଜାରି କରାଯାଇଛି ।ଯଦି ଆପଣ ଟ୍ରେନରେ ବାଣ ଓ ଅନ୍ୟାନ୍ୟ ଦହନଶୀଳ ସାମଗ୍ରୀ ନେଉଛନ୍ତି ତେବେ ଆପଣ ଜେଲ ଯାଇପାରନ୍ତି । ଯାତ୍ରୀ ପରିବହନ କରୁଥିବା ଟ୍ରେନ୍ରେ ବାଣ, ଗ୍ୟାସ ସିଲିଣ୍ଡର, ଏସିଡ୍, ପେଟ୍ରୋଲ, କିରୋସିନ ଆଦି ଦହନଶୀଳ ସାମଗ୍ରୀ ପରିବହନ କରିବା ମାନେ ହେଉଛି ଆପଣ ଜେଲ ଯିବେ । ରେଳପଥ ଅଧିନିୟମ ଅନୁଯାୟୀ ଦଣ୍ଡନୀୟ ଅପରାଧ। ଏଥିପାଇଁ ୩ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ହୋଇପାରେ।