ବେଙ୍ଗାଲୁରୁର ଭୟାଲିକାବାଲରେ ଘଟିଥିବା ମହାଲକ୍ଷ୍ମୀ ହତ୍ୟାକାଣ୍ଡ ଉପରୁ ପରଦା ହଟିଛି । ପ୍ରେମିକ ମୁକ୍ତିରଂଜନ ହିଁ ଛୁରୀରେ ଖଣ୍ଡ ଖଣ୍ଡ କରିଦେଲେ ନିଜ ପ୍ରେମିକାକୁ । ମାତ୍ର ଏହା ପଛରେ କ’ଣ ରହିଛି କାରଣ, କ’ଣ ପାଇଁ ସେ ଏପରି ହିଂସ୍ର ହୋଇ ଉଠିଲେ ଓ ନିଜ ପ୍ରେମିକାଙ୍କ ଜୀବନ ନେବାକୁ ପଛାଇଲେ ନାହିଁ ସବୁ କିଛି ବଖାଣିଛନ୍ତି ମୁକ୍ତି ରଞ୍ଜନ। ନିଜେ ଝୁଲି ପଡ଼ିବା ପୂର୍ବରୁ ସେ କାଳ ରାତିର ପ୍ରତିଟି ଘଟଣାକୁ ସେ ନିଜ ଭାଇ ସମ୍ମୁଖରେ ବଖାଣିଥିଲେ। ମୁକ୍ତି ରଞ୍ଜନଙ୍କୁ ଖୋଜିଖୋଜି ପୁଲିସ୍ ତାଙ୍କ ମୃତଦେହ ପାଇଥିବା ବେଳେ ଏବେ ଭାଇର କଥାଗୁଡ଼ାକ ଗୋଟି ଗୋଟି କରି କ୍ୟାମେରା ସମ୍ମୁଖରେ ବଖାଣିଛନ୍ତି ତାଙ୍କ ସାନ ଭାଇ ।
ମୁକ୍ତି ରଞ୍ଜନଙ୍କ ଭାଇ କହିଛନ୍ତି, ମହାଲକ୍ଷ୍ମୀଙ୍କ ସହ ଭାଇର ପ୍ରେମ ସମ୍ପର୍କ ଥିଲ। ହେଲେ ବିଭିନ୍ନ ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଦେଖା ଦେଇଥିଲା। ଉଭୟଙ୍କ ମଧ୍ୟରେ କଳି ଝଗଡ଼ା ଲାଗି ରହୁଥିଲା। ପରେ ଭାଇ ସେହି ଝିଅକୁ ନେଇ କେରଳ ଯିବାକୁ ବାହାରିଥିଲା। ହେଲେ ଗାଡ଼ିରେ ଯିବା ବେଳେ ସେହି ଝିଅ ଭାଇ ନାଁରେ ପୁଲିସ ନିକଟରେ ଅପହରଣ କରି ନେଉଯାଉଥିବା ଅଭିଯୋଗ କରିଥିଲା। ପୁଲିସ ଭାଇକୁ ମାଡ଼ ମାରିବା ସହ ଜୋରିମାନ କରିଥିଲା। ପରେ ଭାଇକୁ ବୁଝାସୁଝା କରି ପୁଲିସ ଛାଡ଼ି ଦେଇଥିଲା। ଭାଇ ଓ ସେହି ଝିଅ ପୁଣି ବେଙ୍ଗଲୁରୁ ଫେରିଥିଲେ।