ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କର ହୋଇପାରେ ପଲିଗ୍ରାଫ ଟେଷ୍ଟ । ଗୋଟେ ପଟେ ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନେଇ ତଦନ୍ତ ଆରମ୍ଭ ହୋଇଥିବାବେଳେ ଭରତପୁର ଥାନାରେ କ୍ରାଇମ ସିନ୍ ରିକ୍ରିଏସନ୍ ପରେ ସୁନ୍ଦରପୁରରେ କ୍ରାଇମବ୍ରାଞ୍ଚ ଟିମ୍ ପହଂଚି କ୍ରାଇମ ସିନ ରିକ୍ରିଏସନ କରିଛନ୍ତି। ମେଜର ଓ ବାନ୍ଧବୀ ମଧ୍ୟ ପହଂଚିଛନ୍ତି। ସେଦିନ ରାତିରେ କ’ଣ ଘଟିଥିଲା ଖୋଳତାଡ଼ ଚାଲିଛି। ପୀଡ଼ିତାଙ୍କ ଅଭିଯୋଗ ଆଧାରରେ କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି। ପଥରଗାଡ଼ିଆର ନିଛାଟିଆ ରାସ୍ତାରେ ଅନୁଧ୍ୟାନ ଚାଲିଛି। ଯେଉଁଠି ମେଜର ଓ ପୀଡ଼ିତାଙ୍କୁ କିଛି ଯୁବକ ଅଟକାଇଥିଲେ। ଯାହାକୁ ନେଇ ବଚସା ଓ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା।
ସେପଟେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଅଭିଯୋଗ ମାମଲାରେ ଭରତପୁର ଥାନାର ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କର ହୋଇପାରେ ପଲିଗ୍ରାଫ ଟେଷ୍ଟ।ଏଥିପାଇଁ ଭୁବନେଶ୍ୱର SDJM କୋର୍ଟରେ ହାଜର ହୋଇଛନ୍ତି ଦୀନକୃଷ୍ଣ। ଏଥିସହ ସେ ସମସ୍ତ ପ୍ରକାର ଟେଷ୍ଟ ପାଇଁ ସହମତି ପ୍ରକାଶ କରିଛନ୍ତି।
କୋର୍ଟଙ୍କ ନିର୍ଦ୍ଦେଶ ଆସିବା ପରେ ଦୀନକୃଷ୍ଣଙ୍କର ପଲିଗ୍ରାଫ ଟେଷ୍ଟ ହେବ ବୋଲି ଜଣାଯାଇଛି। ଦୀନକୃଷ୍ଣ ବିରୋଧରେ ଆସିଥିବା ସଙ୍ଗୀନ ଅଭିଯୋଗ କେତେ ସତ କେତେ ମିଛ ପଲିଗ୍ରାଫ ଟେଷ୍ଟ ପରେ ସବୁ ପ୍ରମାଣିତ ହେବ ବୋଲି ଜଣାଯାଇଛି।