ଅନଲାଇନ୍ ଗେମିଂ ଆପ୍ ଉପରେ ଚଢ଼ାଉ କରି ୪୦୦ କୋଟି ଟଙ୍କା ଠକେଇର ପର୍ଦ୍ଦାଫାସ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ଏହି ଗେମିଂ ଆପରେ ଚୀନ୍ ନାଗରିକଙ୍କ ସମ୍ପୃକ୍ତି ଥିବା ମଧ୍ୟ ଜଣାପଡିଛି। ରିପୋର୍ଟ ଅନୁସାରେ, ଇଡି ଅନଲାଇନ୍ ଗେମିଂ ଆପ୍ ଫିୱିନ୍ (Fiewin) ଉପରେ ଚଢାଉ କରିଥିଲା। ଏହି ଆପ୍ ସହ ଜଡ଼ିତ ଥିବା କେତେକ ଚୀନ୍ ନାଗରିକଙ୍କ ଆକାଉଣ୍ଟ ସହ ସେମାନଙ୍କ ଆକାଉଣ୍ଟରେ ଥିବା ପ୍ରାୟ ୨୫ କୋଟି ଟଙ୍କା ଅଚଳ କରାଯାଇଛି।