ସରିଛି ଭୋଟ ଏବେ କିଏ ଗଢ଼ିବ ସରକାର ତାକୁ ନେଇ ଚାଲିଚି ଚର୍ଚା । କିନ୍ତୁ ବୁଥ୍ ବାହୁଡା ମତ କହୁଛି ଏଥର ପୁଣି ମୋଦି ସରକାର ଗଠନ କରିବେ । ଆଉ ଏଥର ଏକଜିଟ୍ ପୋଲ ରିପୋର୍ଟରେ ଓଡିଶାରେ ପଦ୍ମ ଫୁଟିବା ନେଇ ମଧ୍ୟ ପୂର୍ବାନୁମାନ କରିଛନ୍ତି ଏକାଧିକ ସର୍ଭେ ସଂସ୍ଥା । ଓଡିଶା ଲୋକସଭା ନିର୍ବାଚନରେ ବିଜେପି ୧୫ରୁ ଅଧିକ ସିଟ୍ ଜିତିବା ନେଇ ଏକାଧିକ ସଂସ୍ଥା ଦାବି କରିଛନ୍ତି । ତେବେ ଏଗଜିଟ୍ ପୋଲର ଆକଳନ ଅନୁସାରେ, ଲୋକସଭା ନିର୍ବାଚନରେ ବିଜେପି, ବିଜେଡିଠାରୁ ଆଗରେ ରହିପାରେ । ମୋଟ ୨୧ ଆସନ ମଧ୍ୟରୁ ବିଜେଡି ଦୁଇ ଅଙ୍କ ଛୁଇଁନପାରେ ବୋଲି ଆକଳନ କରିଛନ୍ତି ଅଧିକାଂଶ ଜାତୀୟ ଗଣମାଧ୍ୟମ ଓ ସର୍ଭେ ସଂସ୍ଥା ।
ଇଣ୍ଡିଆ ଟିଭି
ବିଜେଡି :୦୪ରୁ ୦୬ ସିଟ୍
ବିଜେପି :୧୫ରୁ ୧୭ ସିଟ୍
କଂଗ୍ରେସ: ୦ ରୁ ୦୧ ସିଟ୍
ଇଣ୍ଡିଆ ନ୍ୟୁଜ୍
ବିଜେଡି : ୦୮ ସିଟ୍
ବିଜେପି : ୧୩ ସିଟ୍
କଂଗ୍ରେସ: ୦ ସିଟ୍
ନ୍ୟୁଜ୍-୨୪
ବିଜେଡି :୦୪ ସିଟ୍
ବିଜେପି: ୧୬ ସିଟ୍
କଂଗ୍ରେସ- ୦୧ ସିଟ୍
ଏନଡିଟିଭି
ବିଜେଡି : ୩ରୁ ୮ ସିଟ୍
ବିଜେପି: ୧୫ ସିଟ୍
କଂଗ୍ରେସ: ୦ ସିଟ୍
ଟାଇମ୍ସ ନାଓ
ବିଜେଡି :୦୮ ସିଟ୍
ବିଜେପି :୧୩ ସିଟ୍
କଂଗ୍ରେସ- ୦ ସିଟ୍
ଜନ କୀ ବାତ୍
ବିଜେଡି: ୩ରୁ ୭ ସିଟ୍
ବିଜେପି: ୧୫ରୁ ୧୮ ସିଟ୍
କଂଗ୍ରେସ: ୦ ସିଟ୍