ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟାକାରୀ କିଏ ? ମିଶନାରୀ ପଇସା ଦେଲେ , ମାଓବାଦୀ ମାରିଲେ କହିଛନ୍ତି ଗବେଷକ ଅନୀଲ ଧିର । ଆସନ୍ତୁ ଦେଖିବା ସଂପୂର୍ଣ୍ଣ ଇଣ୍ଟରଭ୍ୟୁ
ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ୧୯୨୪ ମସିହାରେ ଓଡିଶାର ଅନୁଗୁଳ ଜିଲ୍ଲାର ଗୁରୁଜଙ୍ଗ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ୧୯୬୫ ରେ ହିମାଳୟରୁ ଫେରି ଗୋହତ୍ୟା ଓ ଧର୍ମାନ୍ତରଣ ବିରୋଧୀ ଆନ୍ଦୋଳନରେ ଯୋଗ ଦେବାକୁ ଓଡିଶା ଆସିଥିଲେ ।
୧୯୬୮ ମସିହାରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଯୋଜନାରେ କନ୍ଧମାଳ ଜିଲ୍ଲାକୁ ଯାଇଥିଲେ । ସ୍ୱାମୀଜୀ ଚାରି ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟଧରି ସଂପୃକ୍ତ ଅଂଚଳର ସାମାଜିକ,ଧାର୍ମିକ ଓ ଅର୍ଥନୈତିକ ବିକାଶଲାଗି ନିରବଚ୍ଛିନ୍ନଭାବେ କାର୍ଯ୍ୟ କରିବା ସହିତ ସେମାନଙ୍କୁ ସଶକ୍ତକରି ଠିଆ କରିବା ପାଇଁ ପ୍ରୟାସ କରିଚାଲିଥିଲେ ।
ଶିକ୍ଷା କ୍ଷେତ୍ରରେ ଉନ୍ନତି ଆଣିବା ଲାଗି ସ୍ୱାମୀଜୀ ଚକାପାଦ ଓ ଜଳେଶପଟ୍ଟା ଠାରେ ଆବାସିକ ବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ଛାତ୍ରୀନିବାସ ମଧ୍ୟ ପ୍ରତିଷ୍ଠା କରିଥିଲେ । ଜିଲ୍ଲାର ସବୁ ଗ୍ରାମରେ ସତ୍ସଙ୍ଗ କେନ୍ଦ୍ର ସ୍ଥାପନ କରିଥିଲେ ।
ସତସଂଗ ଦ୍ୱାରା ହଜାର ହଜାର ଜନଜାତି ଲୋକଙ୍କର ନିଶା ଅଭ୍ୟାସ ଛଡାଇଥିଲେ । ସ୍ୱାମୀଜୀ କେବଳ ଶାସ୍ତ୍ର ଏବଂ ଦର୍ଶନ ନୁହେଁ, କୃଷି, ପଶୁପାଳନ ଏବଂ ଫଳଚାଷ ଉପରେ ମଧ୍ୟ ତାଙ୍କର ଅଭୂତ ଦକ୍ଷତା ଥିଲା ଯାହା ସେ ଜନଜାତିର ଲୋକମାନଙ୍କୁ କନ୍ଧମାଳରେ ଶିକ୍ଷା ଦେଉଥିଲେ ।
ଛନ୍ଦ, କପଟ ଓ ଲୋଭ ଦେଖାଇ ଗରୀବ ଲୋକମାନଙ୍କୁ ଖ୍ରୀଷ୍ଟ ଧର୍ମରେ ଦୀକ୍ଷିତ କରାଯାଉଥିଲା । ସ୍ୱାମୀଜୀ ଏହି ଅନ୍ୟାୟ ତଥା ବେ-ଆଇନ କାର୍ଯ୍ୟର ବିରୋଧରେ ପାହାଡ ଭଳି ଠିଆ ହୋଇଥିଲେ । ଯାହା ଫଳରେ ମିଶନାରୀମାନେ ପ୍ରମାଦ ଗଣିଲେ । ସ୍ୱାମୀଜୀଙ୍କ ଲାଗି ସାରା ଦେଶ ଜାଣିଲା ଯେ ମିଶନାରୀମାନେ ସେବା ନାଁରେ ସାହାଯ୍ୟ ନାଁରେ କନ୍ଧମାଳରେ ନୀରିହ ତଥା ସରଳ ଲୋକଙ୍କ ଧର୍ମ ପରିବର୍ତନ କରୁଛନ୍ତି ।
ସ୍ୱାମୀଜୀଙ୍କ ଉପରେ ୯ଥର ମରଣାନ୍ତକ ଆକ୍ରମଣ ହୋଇଥିଲା । ଶେଷରେ୨୦୦୮ ମସିହା ଅଗଷ୍ଟ ମାସ ୨୩ ତାରଖ ପବିତ୍ର ଜନ୍ମାଷ୍ଟମୀ ଉତ୍ସବ ଚାଲୁଥିବା ବେଳେ ସଧ୍ୟା ୭ଟା ୩୦ ମିନିଟ ସମୟରେ ଆତତାୟୀମାନେ ଜଳେଶପଟ୍ଟା ସ୍ଥିତ ଶଙ୍କରାଚାର୍ଯ୍ୟ କନ୍ୟାଶ୍ରମ ଭିତରେ ପଶି ଆଖିବୁଜା ଗୁଳି ଚଳାଇଥିଲେ ।
ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ସମେତ କନ୍ୟାଶ୍ରମ ସଂଚାଳିକା ମାତା ଭକ୍ତିମୟୀ, ଅମୃତାନନ୍ଦ ବାବା, କିଶୋରବାବା ଏବଂ ଜଣେ ଛାତ୍ରୀର ଅବିଭାବକ ପୁରଂଜନ ଗଣ୍ଠିଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରିଥିଲେ ।
ହତ୍ୟାପରଠୁ ଏହି ମାମଲାରେ କିଏ ଦୋଷୀ ତାହା ବିଚାରଧୀନ ରହିଛି । ତେବେ ଦେଖାଯାଉ ବିଜେପି ସରକାର ଆସିବା ପରେ ଆଉ କେତେଦିନ ଏହି ମାମଲା ଲାଗିରହୁଛି ।