ନିର୍ବାଚନ ସରିବା ଅନେକ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବଢ଼ିବାରେ ଲାଗିଛି। ଗତ କିଛିମାସ ହେଲା ଡାଲି ଦର ଲଗାତାର ବୃଦ୍ଧି ପାଇ ଆସୁଛି। ଏବେ ଏଥିରେ ଚାଉଳ, ତେଲ ଏବଂ ଗହମ ଜାତୀୟ ଉତ୍ପାଦ ଯଥା ଅଟା, ସୁଜି ଏବଂ ମଇଦା ଆଦି ଯୋଡ଼ି ହୋଇଯାଇଛି। ଭୁବନେଶ୍ବରରେ ପାଇକାରୀ ବଜାରରେ ଚାଉଳ ଦର ଇତିମଧ୍ୟରେ କ୍ବିଣ୍ଟାଲ ପିଛା ୩୦୦ରୁ ୪୦୦ ଟଙ୍କା ବା କିଲୋପିଛା ୩ରୁ ୪ ଟଙ୍କା ବଢ଼ିଯାଇଛି। ସାଧାରଣ କିସମ ଚାଉଳର ପାଇକାରୀ ମୂଲ୍ୟ ପୂର୍ବରୁ ଯାହା କିଲୋଗ୍ରାମ ପିଛା ୩୧ ଟଙ୍କା ଥିଲା ଏବେ ତାହା ୩୫ ଟଙ୍କାକୁ ବୃଦ୍ଧି ପାଇଛି। ଅର୍ଥାତ୍ କ୍ବିଣ୍ଟାଲ ପିଛା ୩୫୦୦ ଟଙ୍କାରେ ବିକ୍ରି ହେଉଛି। ସେହିଭଳି ସୋରିଷ ତେଲ ଦାମ ଗତ କିଛି ଦିନ ଭିତରେ ଲିଟର ପିଛା ୮ରୁ ୧୦ ଟଙ୍କା ବଢ଼ିଯାଇଛି। ସୋରିଷ ତେଲର ଦାମ ପୂର୍ବରୁ ଲିଟର ପିଛା ଯାହା ୧୨୦ ଟଙ୍କା ଥିଲା ବର୍ତ୍ତମାନ ତାହା ୧୩୨ରୁ ୧୩୩ ଟଙ୍କା ହୋଇଛି।ବିଶେଷ କରି ପରିବା ଦର ଆକାଶ ଛୁଆଁ ହୋଇଛି । ଅଧିକାଂଶ ପରିବାର ରେଟ୍ ୮୦ ଟଙ୍କା ଉପରେ । କଟକ ଛତ୍ରବଜାର ପରିବା ମାର୍କେଟରେ ବାଇଗଣ କିଲୋ ୨୦ରୁ ୪୦ ଟଙ୍କା ରହିଛି । କାକୁଡି ୮୦, ଝୁଡଙ୍ଗ ୧୦୦ ଟଙ୍କା ରହିଛି । ସେହିପରି ପୋଟଳ ୮୦ ଟଙ୍କା ଓ ଜହ୍ନି ୬୦ ଟଙ୍କାରେ ବିକ୍ରି ହେଉଛି । ଅଦା ରସୁଣ ବି ଏଥିରୁ ବାଦ ପଡିନାହାଁନ୍ତି । ପରିବା ଉଚ୍ଚ ଦର ଯୋଗୁଁ ମଧ୍ୟବିତ୍ତ ଗ୍ରାହକଙ୍କ ପାଇଁ ପରିବା କିଣିବା କଷ୍ଟକର ହେଉଛି ।