ସକାଳୁ ସକାଳୁ ଅସହ୍ୟ ଗରମ । ଘରେ ବାହାରେ ସବୁଠି ବୋହୁଛି ଝାଳ । ଅସହ୍ୟ ତାତିରୁ କିଛି ଦିନ ଆଶ୍ୱସ୍ତି ପରେ ରାଜ୍ୟରେ ପୁଣି ତାପମାତ୍ରା ବଢିଛି । ଗୁରୁବାର ସକାଳୁ ରାଜ୍ୟର ବିଭିନ୍ନ ସହରରେ ତାତି ବଢ଼ିବା ଅନୁଭୂତ ହୋଇଛି । ପୂର୍ବାହ୍ନ ସାଢ଼େ ୮ଟା ସୁଦ୍ଧା ଭୁବନେଶ୍ୱରର ତାପମାତ୍ରା ୩୧ ଡିଗ୍ରି ରହିଥିବା ବେଳେ ସେହିଭଳି ଆର୍ଦ୍ରତା ୮୧ ପ୍ରତିଶତ ରେକର୍ଡ କରାଯାଇଛି । ଟିଟଲାଗଡରେ ୩୮ ଡିଗ୍ରି ତାପମାତ୍ରା, ବଲାଙ୍ଗୀର ୩୭.୪ ଡିଗ୍ରି, ସୋନପୁର ଓ ଝାରସୁଗୁଡାରେ ତାପମାତ୍ରା ୩୬.୬ ଡିଗ୍ରି, ହୀରାକୁଦ ୩୬.୪, ସମ୍ବଲପୁର ୩୬.୨, ବୌଦ୍ଧ ୩୬ ଡିଗ୍ରି ରହିଛି। ଏହା ସହିତ ରାଉରକେଲା ଓ ବରଗଡ ତାପମାତ୍ରା ୩୫.୪ ଡିଗ୍ରୀ, ତାଳଚେର ୩୪.୪, ସୁନ୍ଦରଗଡ ତାପମାତ୍ରା ୩୪ ଡିଗ୍ରୀ ରେକର୍ଡ ହୋଇଛି ।