ଭୁବନେଶ୍ବର:ଆଇପିଏସ୍ କୁଟ୍ଟେ ଓ ଆଶୀଷ ସିଂଙ୍କ ବିରୁଦ୍ଧରେ ହୋଇପାରେ କାର୍ଯ୍ୟାନୁଷ୍ଠାନ । ଏନେଇ ସରକାର ପକ୍ଷରୁ ଚାଲିଛି ପ୍ରକ୍ରିୟା । ନିର୍ବାଚନ ବେଳେ ଏହି ଦୁଇ ଅଫିସର ନିଜ କ୍ଷମତାର ଅପବ୍ୟବହାର କରିଥିବା ଅଭିଯୋଗ ହୋଇଛି । ରାଜ୍ୟ ଗୃହ ବିଭାଗର ତଥ୍ୟ ଅନୁସାରେ, ବିଜେଡି ସରକାରରେ ସବୁଠୁ ପାୱାରଫୁଲ ଅଫିସର ୧୯୯୭ ବ୍ୟାଚ୍ ଆଇପିଏସ୍ ଶ୍ରୀ କୁଟ୍ଟେଙ୍କ ବିରୁଦ୍ଧରେ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ଅଭିଯୋଗ ଅନୁସାରେ ଆଇପିଏସ୍ ଡିଏସ୍ କୁଟ୍ଟେ ଓ ଆଶୀଷ ସିଂଙ୍କ ଅଡ଼ୁଆ ବଢ଼ିଛି । ଉଭୟ ଅଫିସରଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ସରକାରଙ୍କ ଗୃହ ବିଭାଗ ପ୍ରକ୍ରିୟା ଆରମ୍ଭ କରିଛନ୍ତି । କୁଟ୍ଟେଙ୍କ ବିରୁଦ୍ଧରେ ଅଭିଯୋଗ ପ୍ରମାଣିତ ହେଲେ, ତାଙ୍କୁ ସରକାର ଚାକିରିରୁ ବରଖାସ୍ତ କରିପାରନ୍ତି । ଏନେଇ ପାଓ୍ବାର କରିଡରରେ ଚର୍ଚା ହେଉଛି । ଶ୍ରୀ କୁଟ୍ଟେ ଓ ଶ୍ରୀ ସିଂ ଏବେ ଗୃହ ବିଭାଗରେ ଓଏସଡି ଭାବେ କାମ କରୁଛନ୍ତି । ଧାର୍ଯ୍ୟ ୩୦ଦିନ ମଧ୍ୟରେ ଉଭୟ ଅଫିସର ଯଦି ଚାର୍ଜସିଟ୍ ଉପରେ ଜବାବ ଦାଖଲ ନକରିବେ ସରକାର ଏକପାଖିଆ ନିଷ୍ପତ୍ତି ନେବେ ବୋଲି ନୋଟିସରେ ଉଲ୍ଲେଖ ରହିଛି । ନିର୍ବାଚନ କାର୍ଯ୍ୟରେ ହସ୍ତକ୍ଷେପ ଯୋଗୁ ଉଭୟ ଅଫିସରଙ୍କୁ ନିର୍ବାଚନ କମିଶନଙ୍କ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବାକୁ ପଡ଼ିଥିଲା ।
କାରଣ ନିର୍ବାଚନ ସମୟରେ ଏହି ଦୁଇ ଆଇପିଏସ୍ ନିୟମ ବାହାରେ ସରକାରୀ ଦଳ ପାଇଁ କାମ କରୁଥିବା ଅଭିଯୋଗ ହୋଇଛି । ସାକ୍ଷୀମାନେ ଲିଖିତ ଭାବେ ଅଭିଯୋଗ କରିଛନ୍ତି । ଏହାରା ତଦନ୍ତ ଚାଲିଛି । ଶ୍ରୀ କୁଟ୍ଟେଙ୍କ ବିରୁଦ୍ଧରେ ୨ଜଣ ଆଇଏଏସ୍ ଅଫିସର ଲିଖିତ ଭାବେ ଦେଇଥିଲେ ଅଭିଯୋଗ । ତାଙ୍କ ବିରୁଦ୍ଧରେ ଚାର୍ଜସିଟ୍ ଜାରି କରାଯାଇଛି ଓ ୩୦ଦିନ ମଧ୍ୟରେ ତାଙ୍କୁ ଜବାବ ଦାଖଲ କରିବାକୁ ପଡ଼ିପାରେ ।
ରାଜ୍ୟ ଗୃହ ବିଭାଗର ତଥ୍ୟ ଅନୁସାରେ, ବିଜେଡି ସରକାରରେ ସବୁଠୁ ପାୱାରଫୁଲ ଅଫିସର ୧୯୯୭ ବ୍ୟାଚ୍ ଆଇପିଏସ୍ ଶ୍ରୀ କୁଟ୍ଟେଙ୍କ ବିରୁଦ୍ଧରେ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ ହୋଇଛି । ଅଗଷ୍ଟ ୨୧ତାରିଖରେ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ତାଙ୍କୁ ବିରୁଦ୍ଧରେ ରହିଥିବା ସଙ୍ଗୀନ ଅଭିଯୋଗକୁ ଆଧାର କରି ଚାର୍ଜସିଟ୍ ଜାରି କରିଛନ୍ତି । ୩୦ଦିନ ମଧ୍ୟରେ ତାଙ୍କୁ ଜବାବ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସାଧାରଣ ନିର୍ବାଚନ ପରିଚାଳନାରେ ହସ୍ତକ୍ଷେପର ସଙ୍ଗୀନ ଅଭିଯୋଗ ତାଙ୍କ ବିରୁଦ୍ଧରେ ରହିଛି ।
ଆଇପିଏସ୍ ଶ୍ରୀ କୁଟ୍ଟେଙ୍କୁ ଜାରି ଚାର୍ଜସିଟ ଅନୁସାରେ, ସାଧାରଣ ନିର୍ବାଚନ ଚାଲିଥିବାବେଳେ ଶ୍ରୀ କୁଟ୍ଟେ ୨୦୨୪ ମେ’ ୨୪ତାରିଖ ସନ୍ଧ୍ୟାରେ ତତକାଳୀନ ଅତିରିକ୍ତ ମୁଖ୍ୟ ନିର୍ବାଚନ କ୍ଷମତାର ଅପବ୍ୟବହାର କରିଥିଲେ । ବରିଷ୍ଠ ଆଇଏଏସ୍ ଏନ୍.ଥିରୁମାଳା ନାଏକଙ୍କୁ ବାରମ୍ବାର ଫୋନ୍ କରିଥିଲେ । ‘ବିଜେପିର ଏକ ନିର୍ବାଚନୀ ବିଜ୍ଞାପନ’କୁ କାହିଁକି ଅନୁମୋଦନ କଲେ ବୋଲି ପ୍ରଶ୍ନ କରି ବିରକ୍ତ ହୋଇଥିଲେ । ତୁରନ୍ତ ଉକ୍ତ ବିଜ୍ଞାପନର ଅନୁମୋଦନକୁ ପ୍ରତ୍ୟାହାର କର ଓ ତା’ଯେଭଳି ଖବରକାଗଜରେ ପ୍ରକାଶିତ ନହେବ ତାହା ସୁନିଶ୍ଚିତ କରିବାକୁ ଶ୍ରୀ କୁଟ୍ଟେ ତାଗିଦ୍ କରିଥିବାର ଶ୍ରୀ ନାଏକ ଅଭିଯୋଗ କରିଥିଲେ ବୋଲି ଚାର୍ଜସିଟରେ ଉଲ୍ଲେଖ ରହିଛି ।
ସେହିପରି ଶ୍ରୀ କୁଟ୍ଟେ ତୃତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ଦିନ ଅର୍ଥାତ୍ ମେ’ ୨୫ତାରିଖରେ ଖୋର୍ଦ୍ଧା ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଆଇଏଏସ୍ ଚଂଚଳ ରାଣା ଓ ପୋଲିସ ଅଧିକାରୀଙ୍କୁ ଫୋନ କରି ବିଧାୟକ ପ୍ରାର୍ଥୀଙ୍କୁ ଗିରଫ କରିବାକୁ କହିଥିଲେ । ଏନେଇ ଜିଲ୍ଲାପାଳ ଶ୍ରୀ ରାଣା ମଧ୍ୟ ନିର୍ବାଚନ କମିଶନଙ୍କୁ ଅବଗତ କରିଥିଲେ ।
କୁଟ୍ଟେଙ୍କ ବିରୁଦ୍ଧରେ ଏହି ଦୁଇ ବରିଷ୍ଠ ଆଇଏଏସ୍ ଅଫିସର ସାକ୍ଷୀ (ପ୍ରେଜେଣ୍ଟିଂ ୱିଟନେସ) ଥିବାରୁ ଶ୍ରୀ କୁଟ୍ଟେଙ୍କ ପାଇଁ ଅଡ଼ୁଆ ବଢ଼ିଛି ।
ସେହିପରି ୨୦୦୪ ବ୍ୟାଚର ଆଇଏଏସ ଅଧିକାରୀ ଆଶୀଷ ସିଂଙ୍କୁ ଅଗଷ୍ଟ ୬ତାରିଖରେ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଚାର୍ଜସିଟ୍ ଜାରି କରିଛନ୍ତି । ତାଙ୍କୁ ମଧ୍ୟ ୩୦ଦିନ ମଧ୍ୟରେ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଶ୍ରୀ ସିଂ ସ୍ୱାସ୍ଥ୍ୟ ଖରାପ ଥିବା ନେଇ ମିଛ କହିଥିବାର ପ୍ରମାଣ ମିଳିଛି । ସେ ସ୍ୱାସ୍ଥ୍ୟଗତ ଓ ମାନସିକସ୍ତରରେ ସମ୍ପୂର୍ଣ୍ଣ ଫିଟ୍ ଥିବା ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ପରେ ଭୁବନେଶ୍ୱର ଏମ୍ସର ମେଡିକାଲ ବୋର୍ଡ ରିପୋର୍ଟ ଦେଇଥିଲେ ।