ନୂଆଦିଲ୍ଲୀ: ସପ୍ତମ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରୁଛି ପ୍ରଚାର । ୮ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୫୭ ଆସନ ଲାଗି ଆଜି ସରିବ ପ୍ରଚାର। ମୋଟ ୯୦୪ ପ୍ରାର୍ଥୀଙ୍କୁ ବାଛିବା ପାଇଁ ଭୋଟ ହେବ । ମଇଦାନରେ ପ୍ରଧାନମନ୍ତ୍ରୀ ଓ ଦୁଇ କେନ୍ଦ୍ରମନ୍ତ୍ରୀ ରହିଛନ୍ତି । ଉତ୍ତରପ୍ରଦେଶ ବାରାଣସୀରୁ ଭାଗ୍ୟ ପରୀକ୍ଷା କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୨୦୧୪ ଓ ୨୦୧୯ରେ ବିଜୟୀ ହୋଇଥିଲେ ନରେନ୍ଦ୍ର ମୋଦୀ । ୨୦୧୯ରେ ପରାସ୍ତ ହୋଇଥିଲେ ଏସପିର ଶାଳିନୀ ଯାଦବ। ୨୦୧୪ରେ ମୋଦୀଙ୍କ ଠାରୁ ପରାସ୍ତ ହୋଇଥିଲେ ଆପ୍ ନେତା ଅରବିନ୍ଦ କେଜରିଓ୍ବାଲ ।
ସେପଟେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି। ରାଜ୍ୟର ୬ଟି ସଂସଦୀୟ କ୍ଷେତ୍ରରେ ନିର୍ବାଚନ ହେବ। ୬ଟି ସଂସଦୀୟ କ୍ଷେତ୍ରର ୪୨ ଟି ବିଧାନସଭା କ୍ଷେତ୍ରରେ ମଧ୍ୟ ନିର୍ବାଚନ ହେବ। ଚତୁର୍ଥ ପର୍ଯ୍ୟାୟରେ ସବୁଠାରୁ ଅଧିକ ଭୋଟର ରାଜ୍ୟରେ ରହିଛନ୍ତି । ଏହି ପର୍ଯ୍ୟାୟରେ ୯୯.୬୧ ଲକ୍ଷ ଭୋଟର ମତଦାନ କରିବେ । ସେଥିମଧ୍ୟରେ ୫୦.୮୮ଲକ୍ଷ ପୁରୁଷ ଭୋଟର ଥିବାବେଳେ ମହିଳା ଭୋଟରଙ୍କ ସଂଖ୍ୟା ୪୮.୭୨ ଲକ୍ଷ ଏବଂ ତୃତୀୟ ଲିଙ୍ଗି ଭୋଟରଙ୍କ ସଂଖ୍ୟା ୬୦୮୭ ରହିଛି। ଓଡିଶାର ଚତୁର୍ଥ ପର୍ଯ୍ୟାୟରେ ୬ ଲୋକସଭା ଆସନ ଓ ସେହି ସଂସଦୀୟ କ୍ଷେତ୍ର ଅଧିନରେ ଥିବା ୪୨ ଆସନରେ ଆସନ୍ତା ୧ ତାରିଖରେ ଭୋଟ ଗ୍ରହଣ ହେବ । ସେହିପରି ଦେଶର ୭ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ୫୭ଟି ସଂସଦୀୟ ଆସନ ପାଇଁ ମତ ଅଧିକାର ସାବ୍ୟସ୍ତ କରିବେ ଭୋଟର ।