ଢେଙ୍କାନାଳ : ଢ଼େଙ୍କାନାଳ ବସଷ୍ଚାଣ୍ଡରେ ଥିବା ୨୮ଟି ଲକ୍ଷ୍ମୀ ବସର ରଙ୍ଗ ବଦଳିଛି । ଲକ୍ଷ୍ମୀ ବସର ହୋଇଛି ରୂପାନ୍ତରୀକଣ । ସବୁଜରୁ ଗେରୁଆ ହୋଇଛି ବସର ରଙ୍ଗ । ସରକାର ବଦଳିବା ପରେ ଏହି ବସ ସେବାର ଭବିଷ୍ୟତକୁ ନେଇ ଚର୍ଚ୍ଚା ହେଉଥିଲା ବେଳେ ବସର ନାମ ସହ ରଙ୍ଗ ବଦଳିବାକୁ ନେଇ ରାଜନୀତି ସରଗରମ ହୋଇଛି । କିଛି ଦିନ ପୂର୍ବରୁ ବସ୍ ସେବା ଚାଲୁ ରହିବ ବୋଲି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଥିଲେ । ମନ୍ତ୍ରୀ ଏହାର ନାମ ମୁଖ୍ୟମନ୍ତ୍ରୀ ବସ୍ ସେବା ଭାବେ ପରିବର୍ତନ ହେବ ବୋଲି ସ୍ପଷ୍ଟ କରିଛନ୍ତି। କମ୍ ପଇସାରେ ପଂଚାୟତରୁ ସହରକୁ ଯୋଡିବା ପାଇଁ ନବୀନ ସରକାର ଏହି ବସ୍ ସେବାର ଶୁଭାରମ୍ଭ ନିର୍ବାଚନ ପୂର୍ବରୁ କରିଥିଲେ ।