ଭୁବନେଶ୍ବର: ସୁଭଦ୍ରା ସଚେତନତା ରଥର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜଧାନୀର ମହାତ୍ମା ଗାନ୍ଧୀ ମାର୍ଗରେଏହି କାର୍ଯ୍ୟକ୍ରମରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଏକାମ୍ର ବିଧାୟକ ବାବୁ ସିଂହ, ମେୟର୍ ସୁଲୋଚନା ଦାସ ଓ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ପ୍ରମୁଖ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ଏହାର ଶୁଭାରମ୍ଭ କରିଛନ୍ତି। ସାରା ରାଜ୍ୟରେ ବୁଲିବ ସୁଭଦ୍ରା ସଚେତନତା ରଥ। ଆଗାମୀ ୧୬ ତାରିଖ ଯାଏଏହି ରଥ ବୁଲିବ। ଯେପର୍ଯ୍ୟନ୍ତ ସମସ୍ତ ମହିଳା ଏଥିରେ ସାମିଲ ହୋଇନାହାନ୍ତି, ସେଯାଏ ଏହି ଯୋଜନା ଜାରି ରହିବ। ଗାଁ ଗାଁ ବୁଲି ସୁଭଦ୍ରା ଯୋଜନା ସମ୍ବନ୍ଧରେ ଲୋକଙ୍କୁ ସଚେତନ କରାଇବାକୁ ଏହି ପ୍ରୟାସ ଆରମ୍ଭ କରିଛନ୍ତି ଓଡ଼ିଶା ସରକାର। ଏହି ଯୋଜନାରେ ମହିଳାଙ୍କୁ ୫୦ ହଜାର ଟଙ୍କା ମିଳିବ। ସେପଟେ ଲୋକମାନେ ଶୁଭଦ୍ରା ଯୋଜନା ଫର୍ମ ପକାଇବା ପାଇଁ ରାତି ଉଜାଗର ହେଉଥିବା ବିଭିନ୍ନ ସ୍ଥାନରେ ଦେଖାଯାଉଛି । ଲୋକେ ଫର୍ମ ଭରିବା ପାଇଁ ରାତି ଅନିଦ୍ରା ହେଉଛନ୍ତି ।