ଯୋଡ଼ା ବ୍ଲକ ବଡ଼କାଳିମାଟି ପଞ୍ଚାୟତ ଖଜୁରିଡ଼ିହି ସାହି ଦେଇ ଯାଇଥିବା ସ୍ଲରୀ ପାଇପ୍ ଲାଇନ୍ ଫାଟି ବ୍ୟାପକ ଧାନଫସଲ ନଷ୍ଟ ହୋଇଛି । ଧାନ ବିଲରୁ ପାଇପଲାଇନ ହଟାଇବା ସହ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି ଚାଷୀ । ଏହି ପାଇପ୍ ଲାଇନ୍ ବଡ଼କାଳିମାଟି ପଞ୍ଚାୟତରେ ଥିବା Arcelor Mittal Nippon Steel କମ୍ପାନୀର ହୋଇଥିବା ବେଳେ, ଚାଷୀଙ୍କୁ ଏହାର କ୍ଷତିପୂରଣ ଦେବା ସହ ଆର୍ସେଲର ମିତ୍ତଲ କମ୍ପାନୀ ର ସ୍ଲୋରି ପାଇପଲାଇନ ହଟାଇବା ପାଇଁ ଦାବି ହୋଇଛି ।
ଯୋଡ଼ା ବ୍ଲକ ବଡ଼କାଳିମାଟି ପଞ୍ଚାୟତ ଖଜୁରିଡ଼ିହି ସାହି ଦେଇ ଯାଇଥିବା ସ୍ଲରୀ ପାଇପ୍ ଲାଇନ୍ ଟି କୌଣସି କାରଣରୁ ହଠାତ୍ ଫାଟିଯାଇଥିଲା । ଫଳରେ, ଏଥିରେ ପରିବହନ ହେଉଥିବା ଖଣିଜ ପଦାର୍ଥ ଖୁବ୍ ଜୋର୍ ରେ ଅତି ଉଚ୍ଚକୁ ଉଠି ସୀମାନ୍ତ ତଥା କିଛି ଦୂରରେ ଥିବା ଝୁମ୍ପରା ବ୍ଲକ ନୟାଗଡ଼ ପଞ୍ଚାୟତ କୋଟୁପାଲୀ ଗାଁର ଚାଷ ଜମିରେ ପଡ଼ିବା ଆରମ୍ଭ ହୋଇଥିଲା ।
ଏବେ ଧାନ ଫସଲ ଅମଳର ସମୟ ହୋଇଥିବା ବେଳେ, ଏଥିପାଇଁ ସେଠାରେ ଥିବା ୩ରୁ ୪ ଏକର ଫସଲ ସମ୍ପୁର୍ଣ୍ଣ ରୂପେ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି । ଯାହା ଚାଷୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି ।