କଟକ : ରେଭନ୍ସାର ନାମ ପରିବର୍ତ୍ତନର ଆବଶ୍ୟକତା ଅଛି କି ? ଇଂରାଜୀ ଅଧିକାରୀଙ୍କ ନାମରେ ଓଡ଼ିଶାର ଅନ୍ୟତମ ପୂରାତନ ଉଚ୍ଚ ଶିକ୍ଷାନୁଷ୍ଠାନ ’ରେଭେନ୍ସା’ର ନାମ ହୋଇଥିବାରୁ ଏହା ଉପରେ ଆଲୋଚନା କରିବାର ସମୟ ଆସିଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କଟକରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି, ରେଭେନ୍ସାର ନାମ ବଦଳିବା ନେଇ ସେ ବ୍ୟକ୍ତିଗତ ମତ ଦେଉଛନ୍ତି । ତାଙ୍କ ମତ ଉପରେ ବିତର୍କ ହେବା ଆବଶ୍ୟକ । ଓଡ଼ିଆଙ୍କୁ ଭଲ ପାଉନଥିବା ଜଣେ ଇଂରେଜ ଅଫିସର ନାମରେ ଓଡ଼ିଶାରେ ବିଶ୍ବବିଦ୍ୟାଳୟ କାହିଁକି ରହିବ ବୋଲି ସେ ପ୍ରଶ୍ନ କରିଛନ୍ତି । ଯେଉଁ ରେଭେନ୍ସାଙ୍କ ନାଁରେ ଏହା ହୋଇଛି, ତାଙ୍କର ଭୂମିକା କଣ ଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି। ୧୮୬୬ ମସିହାରେ ଯେତେବେଳେ ନ’ଅଙ୍କ ଦୁର୍ଭିକ୍ଷ ହୋଇଥିଲା, ସେହି ରେଭେନ୍ସା ବ୍ୟକ୍ତି ଜଣକ କରୁଥିଲେ କଣ? ନାଁ ବଦଳିବା ମୋର ବ୍ୟକ୍ତିଗତ ମତ, ଏହା ଉପର ବିତର୍କ ଆବଶ୍ୟକ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଓଡ଼ିଆ ଅସ୍ମିତା ଓ ସଂସ୍କୃତିର ପୀଠ ହେଉଛି କଟକ। ରେଭେନ୍ସା ବିଶ୍ୱବିଦ୍ୟାଳୟର ନାମକୁ ନେଇ ଚର୍ଚା ହେଉ । ଏହାର ନାମ ବଦଳିବା ଉଚିତ କି ନାହିଁ ।