ଭୁବନେଶ୍ବର: ଶେଷରେ ଓ୍ବାଇ ବି ଖୁରାନିଆ ହେଲେ ନୂତନ ପୁଲିସ ଡିଜି । ୧୯୯୦ ବ୍ୟାଚ୍ ଆଇପିଏସ୍ ଅଫିସର ଯୋଗେଶ ବାହାଦୂର ଖୁରାନିଆ(ଓ୍ପାଇ ବି ଖୁରାନିଆ) ଓଡ଼ିଶାର ନୂଆ ପୁଲିସ ଡିଜି ଭାବେ ନିଯୁକ୍ତ ହୋଇଛନ୍ତି। ତାଙ୍କ ଆଗରେ ଅନେକ ଚାଲେଂଜ ରହିଛି । ନୂଆ ସରକାରଙ୍କ ଆଇନ କୁନନକୁ ନେଇ ଯେଉଁ ଆଶା ରଖିଛନ୍ତି ତାହା କେତେଦୂର ପୂରଣ କରୁଛନ୍ତି ଓ୍ବାଇ ବି ଖୁରାନିଆ ତାହା ଉପରେ ସମସ୍ତଙ୍କ ନଜର ରହିବ ।
ଶ୍ରୀ ଖୁରାନିଆ ଭୁବନେଶ୍ୱର-କଟକ କମିଶନରେଟ ପୁଲିସର କମିଶନର ଓ ନୟାଗଡ଼, ରାଉରକେଲା, ଯାଜପୁର, ମୟୂରଭଞ୍ଜ ଓ ଗଞ୍ଜାମ ଜିଲ୍ଲାର ପୁଲିସ ଏସପି ଭାବେ କାର୍ଯ୍ୟ କରିଛନ୍ତି। ଏହାଛଡ଼ା ସେ ଉତ୍ତରାଞ୍ଚଳ ଓ ଦକ୍ଷିଣାଞ୍ଚଳ ଡିଆଇଜି ଏବଂ ବିଜୁ ପଟ୍ଟନାୟକ ପୁଲିସ ପ୍ରଶିକ୍ଷଣ ଏକାଡେମୀର ମଧ୍ୟ ନିର୍ଦ୍ଦେଶକ ଦାୟିତ୍ୱ ତୁଲାଇଥିଲେ। ଏହା ପୂର୍ବରୁ ଶ୍ରୀ ଖୁରାନିଆ ବିଏସଏଫର ସ୍ପେଶାଲ୍ ଡିଜି ମଧ୍ୟ ଥିଲେ।
ଓ୍ବାଇ.ବି ଖୁରାନିଆ ପୋଲିସ କମିଶନର ଥିବା ସମୟରେ ଦୁଇଟି ଡିସିପି ସହ ଦୁଇଟି ଭୁବନେଶ୍ବର ସହରାଂଚଳ ଜିଲ୍ଳା ଭୁବନେଶ୍ବର ଉତ୍ତର- ହେବା ପାଇଁ ଚାହୁଁଥିଲେ । ଏପରିକି ସମଧ୍ୟ ଡିଜିପିଙ୍କ ସହ ଆଲୋଚନା କରିଥିଲେ। ହେଲେ ସେତେବେଳେ ତାହା ସମ୍ଭବ ହୋଇପାରି ନ ଥିଲା। ଏବେ ନିଜେ ପୋଲିସ ଡିଜି ହୋଇଥିବାରୁ ଦୁଇଟି ଡିସିପି କରିବେ କି ନାହିଁ ତାହା ସେ ନିଷ୍ପତ୍ତି ନେବେ ।
୨୦୦୮ରେ କମିଶନରେଟ ପୋଲିସ ପ୍ରତିଷ୍ଠା ହେବା ସମୟରେ ଭୁବନେଶ୍ୱର ସହରାଞ୍ଚଳ ପୋଲିସ ଜିଲାରେ ଜନସଂଖ୍ୟା ଥିଲା ୧୦ଲକ୍ଷ। ବର୍ତ୍ତମାନ ଏହା ୧୬ ଲକ୍ଷ ଟପିଗଲାଣି। ନର୍ଥ ଓ ସାଉଥ୍ ଦୁଇଟି ପୋଲିସ ଜିଲା, ଦାୟିତ୍ୱରେ ଦୁଇଜଣ ଡିସିପି ରହିଲେ ଆଇନ କାନୁନ ପରିସ୍ଥିତି ସଂଭାଳିବା ସହଜ ହୋଇପାରେ ।
ଶହୀଦନଗର, ମଞ୍ଚେଶ୍ୱର ଓ ଖଣ୍ଡଗିରି ଆଦି ଥାନାର ପରିସୀମା ଅଧିକ ରହିଛି। ତେଣୁ ଏହିସବୁ ଥାନା ପରିସୀମାକୁ ବଣ୍ଟାଯାଇ ଆଉ କିଛି ନୂଆ ଥାନା କରାଗଲେ ତାହା ମଧ୍ୟ ସୁବିଧା ହେବ । ସେହିଭଳି ବର୍ତ୍ତମାନ ଭୁବନେଶ୍ୱରରେ ୨୪ ଥାନା ରହିଥିବାବେଳେ ୨ଟି ଟ୍ରାଫିକ ଥାନା ରହିଛି। ଏହାସହ ୭ଟି ପୋଲିସ ଜୋନ୍ ରହିଛି। ଏସବୁକୁ ଦାୟିତ୍ୱରେ ଜଣେ ଡିସିପି ରହିଥିବାରୁ ଆଇନଶୃଙ୍ଖଳା ସହ ଭିଆଇପି ସୁରକ୍ଷା ଓ ଅପରାଧ ନିୟନ୍ତ୍ରଣ କାଠିକରପାଠ ହେଉଛି।
ଶିକ୍ଷାନୁଷ୍ଠାନ, ମେଡିକାଲ, ବ୍ୟାବସାୟିକ ପ୍ରତିଷ୍ଠାନର ସୁରକ୍ଷା ରକ୍ଷା କରାଯାଉନଥିବା ଅଭିଯୋଗ ହେଉଛି । ବିଧାନସଭା ସଭା, ରାଜଭବନ, ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ସମେତ ରାଲି, ଧାରଣା, ଭିଆଇପିଙ୍କ ସୁରକ୍ଷା, ବିଭିନ୍ନ ପ୍ରକାର ଫେଷ୍ଟିଭାଲ ସମୟରେ ଲ’ ଆଣ୍ଡ୍ ଅର୍ଡର ସମସ୍ୟା ରହିଛି