ଓଡ଼ିଶା ପୁଲିସର ବରିଷ୍ଠ ଅଧିକାରୀ ଡି ଏସ କୁଟ୍ଟେ( ଧୀରେନ୍ଦ୍ର ସମ୍ଭାଜୀ କୁଟ୍ଟେ୍) କେନ୍ଦ୍ରୀୟ ଡେପୁଟେସନ୍ରେ ଯିବେ। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଓଡ଼ିଶା ମୁଖ୍ୟ ଶାସନ ସଚିବଙ୍କୁ ଚିଠି ହୋଇଛି।
୧୯୯୭ ବ୍ୟାଚ୍ର ଆଇପିଏସ୍ ଅଧିକାରୀ ଡିଏସ୍ କୁଟ୍ଟେ ଏବେ ରାଜ୍ୟ ସରକାରଙ୍କ ଗୃହ ବିଭାଗରେ ଓଏସ୍ଡି ପଦବିରେ ଅଛନ୍ତି। ତାଙ୍କୁ ବିଏସ୍ଏଫ୍ ଆଇଜି ଭାବେ ମୁତୟନ କରାଯିବ।
ସେ ୨୦୨୮ ମସିହାରେ ଅବସର ଅଥବା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହି ପଦବିରେ ରହିବେ ବୋଲି କୁହାଯାଇଛି। ଗତ ସାଧାରଣ ନିର୍ବାଚନ ବେଳେ ମିଛ କହି ଆଶିଷ ସିଂ ମେଡିକାଲ ଲିଭ୍ରେ ଥିଲେ।
ନିର୍ବାଚନ ବେଳେ ସେତେବେଳର ଶାସକ ଦଳ ପ୍ରତି ଅନୁକମ୍ପା ଦେଖାଉଥିବା ନେଇ ମୁଖ୍ୟ ନିର୍ବାଚନ କମିସନର(ଇସିଆଇ)ଙ୍କ ପାଖରେ ତାଙ୍କ ବିରୋଧରେ କେନ୍ଦ୍ର ବିଜେପି ପକ୍ଷରୁ ଅଭିଯୋଗ ଅଣାଯାଇଥିଲା।
ଏପ୍ରିଲ ୫ ତାରିଖରେ ଇସିଆଇଙ୍କ ନିର୍ଦ୍ଦେଶ କ୍ରମେ ଆଶିଷ ସିଂଙ୍କୁ ସେଣ୍ଟ୍ରାଲ ରେଞ୍ଜ ଆଇଜି ପଦରୁ ହଟାଯାଇଥିଲା। ପରେ ତାଙ୍କୁ ଆଇଜି-ସିଏମ୍ ସିକ୍ୟୁରିଟି ପଦବୀରେ ଅବସ୍ଥାପିତ କରାଯାଇଥିଲା। ହେଲେ ସେ ବିଜେଡି ନିର୍ବାଚନ ପ୍ରଚାର ପାଇଁ ରଣନୀତି ତିଆରି କରୁଥିବା ଅଭିଯୋଗ ହୋଇଥିଲା।