କଟକ : କଟକ ବଡ଼ ଡାକ୍ତରଖାନାରେ ଡାକ୍ତର ରୋଗୀଙ୍କୁ ଦୁଷ୍କର୍ମ କରିବାକୁ ନେଇ ଏବେ ସାରା ରାଜ୍ୟରେ ଚର୍ଚା । କଟକ ବଡ଼ ମେଡିକାଲରେ ଇକୋ ପରୀକ୍ଷା କରୁଥିବା ବେଳେ ଦୁଇ ରୋଗୀଙ୍କୁ ଡାକ୍ତର ଦୁଷ୍କର୍ମ କରିବା ଏକ ସାଂଘାତିକ ଘଟଣା । ଏସ୍ସିବି ମେଡ଼ିକାଲ୍ରେ ଡାକ୍ତର ରୋଗୀଙ୍କୁ ଦୁର୍ଷର୍ମ କରିବାକୁ ନେଇ ଅସନ୍ତୋଷ ବ୍ୟାପିବାରେ ଲାଗିଛି । ମେଡିକାଲ୍କୁ ଚିକିତ୍ସା ହେବାକୁ ଆସିଥିବା ଡାକ୍ତରୀ ଛାତ୍ରଙ୍କ ସମ୍ପର୍କୀୟ ୨ ଜଣ ମହିଳା ରୋଗୀଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ଅଭିଯୋଗ ହେବା ପରେ କମିଶନରେଟ୍ ପୁଲିସ୍ ଅଭିଯୁକ୍ତ ଡାକ୍ତର ଠାକୁର ଦିଲବାଗ ସିଂଙ୍କୁ ଗିରଫ କରିଛି। ତେବେ ଏହାକୁ ନେଇ ଅନେକ ପ୍ରଶ୍ନ ଉଙ୍କିମାରିଛି । ମେଡିକାଲ ଭିତରେ ଏପରି ଘଟଣା ଘଟିଲା କିପରି ? ପୁଣି ବଡ଼ ମେଡିକାଲ ଭଳି ମେଡିକାଲରେ ଏଭଳି ଡାକ୍ତର କିପରି ଏପରି କାର୍ଯ୍ୟ କଲେ । ତାହା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଡାକ୍ତରଙ୍କ ଦ୍ବାରା ଘଟିଥିବା ଦୁଷ୍କର୍ମ ଘଟଣା ନେଇ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଏହା ଏକ ସ୍ପର୍ଶକାତର ଘଟଣା। ଘଟଣାର କ୍ଲିନିକାଲ ଯାଞ୍ଚ ପାଇଁ ୩ ଜଣିଆ କମିଟି ଗଠନ କରାଯାଇଛି। ଯେଉଁ ଡାକ୍ତରଙ୍କ ନାମରେ ଅଭିଯୋଗ ଆସିଥିଲା ତାଙ୍କୁ ଗିରଫ କରାଯାଇଛି। ଆଇନ ଅନୁଯାୟୀ ଅଭିଯୁକ୍ତଙ୍କ ଉପରେ କାଯ୍ୟନୁଷ୍ଠାନ ଗ୍ରହଣ କରାଯିବ। ପୀଡିତାଙ୍କ ବୟାନ ରେକର୍ଡ କରାଯାଇଛି। ଫାଇଣ୍ଡିଙ୍ଗ କମିଟି ରିପୋର୍ଟ ଦେବା ପରେ ଅଭିଯୁକ୍ତଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଅଭିଯୋଗ ଅନୁସାରେ ଦୁଇ ମହିଳାଙ୍କୁ ଇକୋ କରିବା ପାଇଁ ଅଭିଯୁକ୍ତ ଡାକ୍ତର ଗତ ଶୁକ୍ରବାର ପରାମର୍ଶ ଦେଇଥିଲେ। ସେହିଦିନ ଇକୋ ହୋଇନପାରିବାରୁ ୨ ମହିଳା ଫେରି ଯାଇଥିଲେ। ଡାକ୍ତରଙ୍କ ପରାମର୍ଶରେ ଦୁଇ ମହିଳା ରବିବାର ମେଡ଼ିକାଲ୍ ଆସିଥିଲେ। ସେଦିନ ମେଡ଼ିକାଲ୍ ଛୁଟିଥିବା ସତ୍ତ୍ୱେ ଡାକ୍ତର ଦୁଇ ମହିଳା ରୋଗୀଙ୍କୁ ଡାକ୍ତର ଡାକିଥିଲେ । ଇକୋ କରିବା ବାହାନାରେ ଅଭିଯୁକ୍ତ ଡାକ୍ତର ଦୁଇ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଦୁଇ ସମ୍ପର୍କୀୟ (ଯେଉଁମାନେ ଏସ୍ସିବି ମେଡିକାଲ୍ରେ ଅଣ୍ଡର ଗ୍ରାଜୁଏଟ୍ ଡାକ୍ତରୀ ପାଠ ପଢ଼ୁଛନ୍ତି ।
ଦୁଇ ପୀଡ଼ିତଙ୍କ ସମ୍ପର୍କୀୟମାନେ ଏନେଇ ପୁରୀଘାଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି କମିଶନରେଟ୍ ପୁଲିସ୍ ମାମଲା ରୁଜୁ କରି ଡାକ୍ତର ଠାକୁର ଦିଲବାଗ ସିଂଙ୍କୁ ଗିରଫ କରିଛି। ଏଥିସହ ଦୁଇ ପୀଡ଼ିତାଙ୍କ ୧୬୧ ଧାରାରେ ବୟାନ ରେକର୍ଡ କରାଯାଇଥିବା ବେଳେ, ଆସନ୍ତକାଲି ୧୬୪ ଧାରାରେ ବୟାନ ରେକର୍ଡ କରାଯିବ। ସେପଟେ ଏହି ଘଟଣାର ତଦନ୍ତ ପାଇଁ ୩ ଜଣିଆ କମିଟି ଗଠନ କରିଛି ସ୍ୱାସ୍ଥ୍ୟ ବିଭାଗ। କମିଟିରେ DMET ସନ୍ତୋଷ ମିଶ୍ର, SCB ଅଧୀକ୍ଷକ ସୁଧାଂଶୁ ମିଶ୍ର ଓ ଯୁଗ୍ମ DMET ରୋମା ରତନ ରହିଛନ୍ତି। ତେବେ ଅଭିଯୋଗ ଯଦି ସତ୍ୟ ହୋଇଥାଏ ତେବେ ଅଭିଯୁକ୍ତଙ୍କୁ କଠୋର ଦଣ୍ଡର ଆବଶ୍ୟକତା ରହିଛି ।