ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କ ପରଲୋକ ଘଟିଛି । ତାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ICUରେ ଭର୍ତ୍ତି କରାଯାଇଥିଲା । ମୁମ୍ବାଇର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ ରତନ ଟାଟା । ଏହାପୂର୍ବରୁ ମଧ୍ୟ ରତନ ଟାଟା ଅସୁସ୍ଥ ହେବା ନେଇ ଖବର ଆସିଥିଲା । ଏନେଇ ସେ ନିଜେ ବୟାନ ଜାରି କରି କେବଳ ରୁଟିନ ଚେକ୍ ଅପ୍ ହୋଇଥିବା କଥା କହିଥିଲେ । ରତନ ଟାଟାଙ୍କ ରକ୍ତରାପ ହ୍ରାସ ପାଇବାରୁ ତାଙ୍କୁ ମୁମ୍ବାଇ ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଟାଟା ଗ୍ରୁପର ପ୍ରତିଷ୍ଠାତା ହେଉଛନ୍ତି ରତନ ଟାଟା । ଜଣେ ସଫଳ ବ୍ୟବସାୟୀ ଭାବେ ସେ ଦେଶ ବିଦେଶରେ ସୁନାମ ଅର୍ଜନ କରିଛନ୍ତି । ନିଜ ଦକ୍ଷତା ଓ ପ୍ରଚେଷ୍ଟା ବଳରେ ସେ ଟାଟା ସନ୍ସକୁ ଏକ ଟ୍ରିଲିୟନ ଡଲାର ବିଶିଷ୍ଠ ବ୍ୟବସାୟ ପ୍ରତିଷ୍ଠା କରି ପାରିଥିଲେ । ଟାଟା ଟାଇକୁନ ରତନ ଟାଟାଙ୍କ ବୟସ 86 ବର୍ଷ ହୋଇଥିଲା । ରତନ ଟାଟାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଦେଶର ବିଶିଷ୍ଟ ବ୍ୟକ୍ତିମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି ।
1937 ଡିସେମ୍ବର 28 ତାରିଖରେ ସେ ଗୁଜୁରାଟର ସୁରଟରେ ଜନ୍ମଗ୍ରହଣ କରିଥିଲେ । ନିଜର କଠିନ ପରିଶ୍ରମ ବଳରେ ସେ ସାରା ବିଶ୍ବରେ ବିଜନେସ ବଢ଼ାଇବା ସହ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ପଦ୍ମ ବିଭୂଷଣ ଏବଂ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ ହୋଇଛନ୍ତି ରତନ ଟାଟା । 1991 ଠାରୁ ଟାଟା ଗ୍ରୁପର ଅଧ୍ୟକ୍ଷ ଥିଲେ ରତନ ଟାଟା । ଗତ କିଛି ଦିନ ଧରି ଲଗାତାର ତାଙ୍କର ଅସୁସ୍ଥତା ନେଇ ଖବର ପ୍ରକାଶ ପାଉଥିଲା । ସ୍ବର୍ଗତ ରତନ ଟାଟାଙ୍କ ବିୟୋଗରେ ନିଉଜ ରୁମ୍ ପରିବାର ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଉଛି ।