ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜେପିର ଦଳୀୟ ପ୍ରାର୍ଥୀ ହିସାବରେ ମମତା ମହାନ୍ତ ପ୍ରାର୍ଥିପତ୍ର ଦାଖଲ କରିଥିବାବେଳେ ବିଜେପି ନେତା ଜଗନ୍ନାଥ ପ୍ରଧାନ ମଧ୍ୟ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ମମତା ରାଜ୍ୟସଭାରୁ ପ୍ରାର୍ଥୀ ହେବେ ବୋଲି ବିଜେପି ସଂସଦୀୟ କମିଟି ଗତକାଲି ଘୋଷଣା କରିଥିଲା। ଆଜି ସକାଳେ ମମତା ଉପନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ, ରାଜ୍ୟ ବିଜେପି ସଭାପତି ଓ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ନାମାଙ୍କନ ଦାଖଲ କରିଥିଲେ। ନାମାଙ୍କନର ଶେଷ ମୁହୂର୍ତ୍ତରେ ପ୍ରାର୍ଥିପତ୍ର ଭରିଛନ୍ତି ଜଗନ୍ନାଥ ପ୍ରଧାନ । ଜଗନ୍ନାଥଙ୍କ ପ୍ରାର୍ଥିତ୍ବ ପାଇଁ ବିଜେପିର ୧୦ ବିଧାୟକ ପ୍ରସ୍ତାବକ ଓ ସମର୍ଥକ ଭାବେ ଦସ୍ତଖତ କରିଥିବା କୁହାଯାଉଛି । ବିଜେପିରୁ ଦୁଇ ଜଣ ପ୍ରାର୍ଥିପତ୍ର ଦାଖଲ କରିଥିବାରୁ ଏହାର କାରଣ କଣ କେହି କହୁନାହାଁନ୍ତି ।
ଏବେ ଜଗନ୍ନାଥ କାହିଁକି ପ୍ରାର୍ଥିପତ୍ର ଦାଖଲ କରୁଛନ୍ତି ତାକୁ ନେଇ ଅନେକ ପ୍ରଶ୍ନ ଉଠିଛି। ତେବେ ଦଳୀୟ ପ୍ରାର୍ଥୀ ହିସାବରେ ମମତାଙ୍କ ନାଁ ଘୋଷଣା ହୋଇଥିବାବେଳେ କିଭଳି ଜଗନ୍ନାଥ ପ୍ରାର୍ଥୀପତ୍ର ଦାଖଲ କଲେ ତାକୁ ନେଇ ଦଳ ପକ୍ଷରୁ କିଛି କୁହାଯାଇନାହିଁ ।