ବଲାଙ୍ଗୀରରେ ରାହୁଲଙ୍କ ହାଇଭୋଲଟେଜ୍ ପ୍ରଚାର । କେନ୍ଦ୍ର ସରକାର ଉପରକୁ ସିଧା ନିଶାନା କଲେ ରାହୁଲ ଗାନ୍ଧୀ । ସମ୍ବିଧାନ ବଦଳାଇବା ପ୍ରସଙ୍ଗକୁ ନେଇ ମୋଦୀ ସରକାରକୁ ଘେରିବା ସହିତ ସମ୍ବିଧାନକୁ କେହି ହାତ ମାରିପାରିବେ ନାହିଁ ବୋଲି କହିଛନ୍ତି ରାହୁଲ ।ସେ କହିଛନ୍ତି, ଏ ଲଢେଇ ଦୁଇ ବିଚାରଧାରା ଭିତରେ ଚାଲିଛି । ପ୍ରଥମ ଥର ପାଇଁ କୌଣସି କୌଣସି ରାଜନୈତିକ ଦଳ କହିଛି ଯେ, ନିର୍ବାଚନ ଜିତିଲେ ସେ ଦେଶର ସମ୍ବିଧାନକୁ ପରିବର୍ତ୍ତନ କରିଦେବେ । ବିଜେପିର ବଡ ବଡ ନେତା ମଧ୍ୟ କହୁଛନ୍ତି, ନିର୍ବାର୍ଚନ ଜିତିଲେ ସମ୍ବିଧାନକୁ ଚିରିକି ଫୋପାଡିଦେବେ । ହେଲେ ସମ୍ବିଧାନ ଦେଶର ସବୁ ବର୍ଗଙ୍କୁ ଅଧିକାର ଦେଇଛି । ଦୁନିଆର କୌଣସି ଶକ୍ତି ନାହିଁ ଯେ, ସମ୍ବିଧାନକୁ ହାତ ମାରିଦେବ । ଅନ୍ୟପଟେ ଯଦି ସମ୍ବିଧାନକୁ ଚିରିବାକୁ ବିଜେପି ଚେଷ୍ଟା କରେ, ତେବେ କଂଗ୍ରେସ ଓ ଦେଶବାସୀ ଚୁପ୍ ବସିବେନି ।