ସିମୁଳିଆରେ ରାହୁଲଙ୍କ ଜନସଭା । ବିଶାଳ ଜନସଭାକୁ ସମ୍ବୋଧିତ କରିବା ସହ ପ୍ରଥମରୁ ବିଜେପିର କେନ୍ଦ୍ର ସରକାର ଉପରେ ବର୍ଷିଛନ୍ତି । ରାହୁଲ କହିଛନ୍ତି, ଏହା ପ୍ରଥମ ନିର୍ବାଚନ ଯେଉଁଠି ସମ୍ବିଧାନକୁ ବଞ୍ଚାଇବାକୁ ଲଢେଇ କରୁଛି ଇଣ୍ଡିଆ ମେଣ୍ଟ । ଅନ୍ୟପଟେ ବିଜେପି ଓ ଆରଏସଏସ ଲୋକ କହୁଛନ୍ତି ବିଜେପି ସରକାର ହେଲେ ଭାରତର ସମ୍ବିଧାନକୁ ଚିରି ଫୋପାଡି ଦେବାକୁ କହୁଛନ୍ତି । କିନ୍ତୁ ବିଜେପି ଯେତେ ସ୍ୱପ୍ନ ଦେଖୁଛି ଦେଖୁ କିନ୍ତୁ ବିଶ୍ୱର ଏମିତି କୌଣସି ଶକ୍ତି ନାହିଁ ଯିଏ ଭାରତର ସମ୍ବିଧାନକୁ ଶେଷ କରିଦେବ । ଯେତେ ଶକ୍ତି ଲଗାଇଲେ ମଧ୍ୟ ସମ୍ବିଧାନକୁ ଛୁଇଁପାରିବନି । ଓଡ଼ିଶାରେ ବିଜେପି ଓ ବିଜେଡି ଏକାଠି ଅଛନ୍ତି । ଏମାନଙ୍କର ଭାବନା ଗୋଟିଏ ପ୍ରକାର ।ହାସହ ରାହୁଲ କହିଛନ୍ତି, ବିଜେପି ମୋ ନାଁରେ ୨୪ଟି ମାମଲା କରିଛି । ମାନହାନି ମୋକଦ୍ଦମା, ଅପରାଧିକ ମାମଲା, ଲୋକସଭା ସଦସ୍ୟତା ରଦ୍ଦ କଲେ, ୫୦ ଘଣ୍ଟା ଇଡିରେ ପଚରାଉଚରା କଲେ, ଘର ମଧ୍ୟ ଛଡାଇନେଲେ । ଯେତେବେଳେ ମୋ ଠାରୁ ସରକାରୀ ଘର ନେଲେ ସେତେବେଳେ କହିଥିଲି ଏ ଘର ନେଇଯାଅ ।