ଶ୍ରୀମନ୍ଦିରର ଚାରି ଦିଗରେ ୪ ମୁଖ୍ୟ ଦ୍ବାର ଯାହାକି ଚାରିଟି ବିଶ୍ବାସ ଉପରେ ପ୍ରତିଷ୍ଠିତ। ଚାରିଦ୍ବାର ଧର୍ମ-ଅର୍ଥ-କାମ-ମୋକ୍ଷର ସମାହାର। ପଣ୍ଡିତମାନଙ୍କ ମତରେ ପୂର୍ବ ପାର୍ଶ୍ବସ୍ଥ ଦ୍ବାର ସିଂହଦ୍ବାର। ଏହା ‘ଧର୍ମ’ ଦ୍ବାର ଭାବେ ବିବେଚିତ। ଦକ୍ଷିଣ ଦ୍ବାରକୁ ଅଶ୍ବ ଦ୍ବାର କୁହାଯାଏ। ଏହା ‘ଅର୍ଥ’ ଦ୍ବାର ରୂପେ ପରିଚିତ। ପଶ୍ଚିମ ଦ୍ବାରଟି ବ୍ୟାଘ୍ର ଦ୍ବାର କୁହାଯାଏ। ଏହା ‘କାମ’ ଦ୍ବାର। ଉତ୍ତର ପାର୍ଶ୍ବରେ ଥିବା ଦ୍ବାରକୁ ହସ୍ତୀ ଦ୍ବାର ବା ‘ମୋକ୍ଷ’ ଦ୍ବାର ଭାବେ ବିବେଚନା କରାଯାଏ।
ପୂର୍ବଦ୍ୱାର : ଶ୍ରୀମନ୍ଦିର ପୂର୍ବପଟେ ଥିବା ଏହି ଦ୍ୱାର, ସିଂହଦ୍ୱାର ବା ଧର୍ମଦ୍ୱାର ଭାବରେ ନାମିତ । ୨ଟି ବିଶାଳ ସିଂହ ହେଉଛନ୍ତି ଏହି ଦ୍ୱାରର ରକ୍ଷକ । ସିଂହ ଦ୍ୱାର ସାମ୍ନାାରେ ରହିଛ ଅରୁଣସ୍ତମ୍ଭ । ଯାହାର ଉଚ୍ଚତା ୩୩ ଫୁଟ ୮ ଇଞ୍ଚ । ଅଷ୍ଟାଦଶ ଶତାବ୍ଦୀରେ ଦ୍ୱିତୀୟ ଦିବ୍ୟସିଂହଙ୍କ ରାଜତ୍ୱ କାଳରେ ଅରୁଣସ୍ତମ୍ବକୁ କୋଣାର୍କ ସୂର୍ଯ୍ୟ ମନ୍ଦିରରୁ ଅଣାଯାଇ ଏଠାରେ ସ୍ଥାପିତ କରାଯାଇଥିଲା ।
ପଶ୍ଚିମଦ୍ୱାର : ଶ୍ରୀମନ୍ଦିରର ପଶ୍ଚିମପଟେ ଥିବା ଏଇ ଦ୍ବାରର ନାମ ହେଉଛି ବ୍ୟାଘ୍ରଦ୍ୱାର । ଦୁଇଟି ବିଶାଳକାୟ ବ୍ୟାଘ୍ର ଏଇ ଦ୍ବାରର ଦୁଇପଟେ ଅଛନ୍ତି । ଏହାର ଦକ୍ଷିଣପଟେ ଚତୁର୍ଦ୍ଧାମ ଓ ବାମପଟେ କଣପଟ ହନୁମାନ ବିଦ୍ୟମାନ ଅଛନ୍ତି । ଏହି ଦ୍ବାରରେ ବିରାଜିତ ହୋଇଛନ୍ତି ଭାରତର ଚତୁର୍ଧାମର ଦେବତା ଶ୍ରୀରାମନାଥ, ଶ୍ରୀଜଗନ୍ନାଥ, ଶ୍ରୀବଦ୍ରୀନାଥ, ଓ ଶ୍ରୀଦ୍ବାରିକାନାଥ ।
ଉତ୍ତରଦ୍ୱାର : ଉତ୍ତରଦ୍ୱାର ହେଉଛି ହାତୀ ବା ହସ୍ତୀ ଦ୍ୱାର । ଶ୍ରୀମନ୍ଦିରର ଉତ୍ତରପଟେ ଥିବା ଏଇ ଦ୍ବାର କୁ ମଧ୍ୟ ମୋକ୍ଷଦ୍ବାର କୁହାଯାଏ। ଏହାର ବହୁସଂଖ୍ୟକ ଚେମେଣି ଥିବାରୁ ଲୋକତୁଣ୍ଡରେ ଏହା ‘ଚେମେଣି ଦୁଆର’ ଭାବରେ ପରିଚିତ ।
ଦକ୍ଷିଣଦ୍ବାର : ଦକ୍ଷିଣଦ୍ବାର ହେଉଛି ଅଶ୍ୱଦ୍ୱାର ବା ଘୋଡ଼ାଦ୍ୱାର । ଦୁଇଟି ବିଶାଳକାୟ ଅଶ୍ବ,ଏଇ ଦ୍ବାରର ରକ୍ଷକ । ଏହାର ବାମପାଖରେ ଅଛନ୍ତି ବେଢାରେ ରକ୍ଷକ ହେଉଛନ୍ତି କାନପତା ହନୁମାନ । ଜଗନ୍ନାଥଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କ ସୁନିଦ୍ରାରେ ଆଘାତ ନହେବା ପାଇଁ ସେ ସମୁଦ୍ର ଗର୍ଜନକୁ ରୋକିଥାନ୍ତି । ବରାଭୟ ହନୁମାନ ଓ ଡାହାଣ ପାଖରେ ରାମଚୈତନ୍ୟ