ବାରିପଦା: ଓଡ଼ିଶାରେ ବିଜେପି ସରକାର ଗଢ଼ିବ । ଓଡ଼ିଶାରେ ଆଜି ମୋର ଶେଷ ପ୍ରଚାର। ୨୫ ବର୍ଷର ବିଜେଡି ସରକାରର ଶାସନରେ ପୂର୍ଣ୍ଣଛେଦ ପଡ଼ିବ। ଜୁନ୍ ୧୦ରେ ବିଜେପିର ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ। ଏଥିଲାଗି ମୁଁ ଆପଣମାନଙ୍କୁ ନିମନ୍ତ୍ରଣ ଦେବାକୁ ଆସିଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ଜଣେ ଓଡ଼ିଆ ମୁଖ୍ୟମନ୍ତ୍ରୀ ହେବେ। ବାରିପଦାରେ ଆୟୋଜିତ ବିଜେପିର ବିଜୟ ସଂକଳ୍ପ ସମାବେଶରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ନବୀନଙ୍କ ସ୍ବାସ୍ଥ୍ୟ ଖରାପ ପଛରେ କିଛି ଷଡ଼ଯନ୍ତ୍ର ଅଛି କି ? ଏହା ଜାଣିବାର ଅଧିକାର ସାରା ଓଡ଼ିଶା ଲୋକଙ୍କ ଅଛି । ନବୀନଙ୍କ ନାଁରେ କ୍ଷମତା ଉପଭୋଗ କରୁଥିବା ଲୋକର ହାତ ଅଛି କି? ଏହା ଉପରୁ ପରଦା ହଟିବାର ଆବଶ୍ୟକତା ରହିଛି । ବିଜେପି ସରକାର ଆସିଲେ ସ୍ପେଶାଲ କମିଟି ଗଠନ କରାଯିବ । ଅଚାନକ କେମିତି ତାଙ୍କ ସ୍ବାସ୍ଥ୍ୟ ଖରାପ ହେଲା, ଯାଞ୍ଚ କରାଯିବ । ଆଜି ସାରା ଦେଶ ଜାଣିବାକୁ ଚାହୁଁଛି ରତ୍ନଭଣ୍ଡାର ଚାବି କୁଆଡ଼େ ଗଲା । ଯାଞ୍ଚ ରିପୋର୍ଟରେ କାହାର ନାଁ ଅଛି, ସବୁଠୁ ବଡ଼ ପ୍ରଶ୍ନ । ଅଭିଭାଷଣ ଅବସରରେ ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମା କୀଚକେଶ୍ବରୀଙ୍କୁ ସ୍ମରଣ କରି ବକ୍ତବ୍ୟ ଆରମ୍ଭ କରିଥିଲେ ।