ଆଜି ବାରାଣସୀରୁ ଦେଶର ୯କୋଟିରୁ ଉର୍ଦ୍ଧ୍ୱ ଚାଷୀଙ୍କ ଖାତାକୁ ଟଙ୍କା ପଠାଇବେ ପ୍ରଧାନମନ୍ତ୍ରୀ । ତୃତୀୟ ଥର ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପରେ ଚାଷୀଙ୍କ ପାଇଁ ପ୍ରଥମ ଦସ୍ତଖତ କରିଥିଲେ ନରେନ୍ଦ୍ର ମୋଦୀ । ମଙ୍ଗଳବାର ଏହା କାର୍ଯ୍ୟକାରୀ ହେବାକୁ ଯାଉଛି । ଉତରପ୍ରଦେଶ ବାରାଣସୀରୁ ପ୍ରଧାନମନ୍ତ୍ରୀ ଦେଶର ପ୍ରାୟ ୯କୋଟି ୨୬ ଲକ୍ଷ ଚାଷୀଙ୍କ ଖାତାକୁ ପଠାଇବେ ପିଏମ କିଷାନ ଟଙ୍କା । ୧୭ତମ କିସ୍ତିରେ ୨୦ ହଜାର କୋଟି ଟଙ୍କା ଡିବିଟି ଜରିଆରେ ଚାଷୀଙ୍କ ଖାତାକୁ ଯିବ । ୨ ହଜାର ଟଙ୍କା ଲେଖାଏଁ ପ୍ରତ୍ୟେକ ଚାଷୀଙ୍କ ବ୍ୟାଙ୍କ ଆକାଉଂଟକୁ ଯିବ । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ।ପିଏମ୍ କିଷାନ ଉତ୍ସବ ଦିବସରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ୨ ଉପମୁଖ୍ୟମନ୍ତ୍ରୀ ଓ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ବିଭିନ୍ନ ସ୍ଥାନରେ ସାମିଲ ହେବେ।ବରଗଡ଼ରେ ଉପସ୍ଥିତ ରହିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ।