ଆଜିଠୁ ଆରମ୍ଭ ହେଉଛି କାର୍ତ୍ତିକ ମାସର ମହାପଞ୍ଚୁକ ବ୍ରତ। ଏଥିପାଇଁ ଶ୍ରୀକ୍ଷେତ୍ରରେ ସ୍ୱତନ୍ତ୍ର ବ୍ୟବସ୍ଥା କରଯାଇଛି। ଏଥର ତିଥି କ୍ଷୟ ଯୋଗୁ ୫ ଦିନ ବଦଳରେ ୪ ଦିନ ପାଳନ କରାଯିବ ପଞ୍ଚୁକ ବ୍ରତ। ତେଣୁ ଭକ୍ତଙ୍କୁ ୪ଟି ବେଶରେ ଦର୍ଶନ ଦେବେ ମହାପ୍ରଭୁ।
କଟକ ଆଠଗଡ଼ ଧବଳେଶ୍ୱର ପୀଠରେ ଆଜି ଦ୍ୱିତୀୟ ପଞ୍ଚୁକ ପାଳିତ ହେଉଛି। ଚନ୍ଦ୍ରଚୂଡ଼ ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର । ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। । ଦିତୀୟ ପଞ୍ଚକରେ ଭୋରରୁ ସମସ୍ତ ନୀତିକାନ୍ତି ସମ୍ପନ୍ନ ପରେ ସର୍ବସାଧାରଣ ଦର୍ଶନ ପାଇଁ ଦ୍ୱାର ଫିଟା ଯାଇଥିଲା।
ରାତି ପାହିଲେ ଧବଳେଶ୍ଵରଙ୍କ ପୀଠରେ ପାଳନ ହେବ ବଡଓଷା । କାର୍ତ୍ତିକ ମାସର ଶେଷ ପର୍ବ ହେଉଛି ବଡ଼ ଓଷା। ଆଜି ହେଉଛି ଚୂନାକୁଟା ଦିବସ , ଆସନ୍ତା କାଲି ପ୍ରସ୍ତୁତ ହେବ ପ୍ରସିଦ୍ଧ ଗଜ ଭୋଗ ସହ ତରଣ । ସେଥିପାଇଁ ପୂଜକ ସମିତି ପକ୍ଷରୁ ସମସ୍ତ ଆୟୋଜନ କରାଯାଇଛି। ଏଥିପାଇଁ ପ୍ରଶାସନ ତଥା ପୂଜକ ସମାଜ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ପୀଠରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି।
ମହାକାର୍ତ୍ତିକର ଏହି ଶେଷ ଦିନଗୁଡ଼ିକ ସବୁଠୁ ପୁଣ୍ୟ ଦିନ ବୋଲି ବିବେଚନା କରାଯାଏ। ପ୍ରତିବର୍ଷ ଭଳି ଏଥର ମଧ୍ୟ ରାଜ୍ୟର କୋଣ ଅନୁକୋଣରୁ ଲକ୍ଷାଧିକ ଭକ୍ତ ମହାପ୍ରଭୁଙ୍କ ଦର୍ଶନ କରିବାକୁ ଆସିବେ। ତେବେ ଶ୍ରୀମନ୍ଦିର ଭିତରକାଠ ପରିବର୍ତ୍ତେ ଶ୍ରଦ୍ଧାଳୁମାନେ କେବଳ ବାହାରକାଠରୁ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରିପାରିବେ। ଶୃଙ୍ଖଳିତ ଦର୍ଶନ ନିମନ୍ତେ ମରିଚିକୋଟ ଛକରୁ ଧାଡ଼ି ବ୍ୟବସ୍ଥା କରାଯାଇଥିବା ବେଳେ ମାର୍କେଟ୍ ଛକରୁ ସିଂହଦ୍ବାର ଏବଂ ଶ୍ରୀମନ୍ଦିର ଚତୁଃପାର୍ଶ୍ବକୁ ଯାନବାହନ ନିଷେଧାଞ୍ଚଳ (ନୋ ଭେହିକିଲ୍ ଜୋନ୍) କରାଯାଇଛି।