ଭୁବନେଶ୍ବର: ନୂଆ ସରକାର ଆସିବା ପରେ ଓଡ଼ିଆରେ ପଢ଼ାଯିବ ମେଡିକାଲ ପାଠ । ଓଡ଼ିଆ ଭାଷାକୁ ସରକାରୀ କାର୍ଯ୍ୟରେ ବ୍ୟବହାର ପାଇଁ ନିଷ୍ପତ୍ତି ନିଆଯାଇଥିବା ବେଳେ ଏବେ ଉଚ୍ଚ ଶିକ୍ଷା, ମେଡିକାଲ ଶିକ୍ଷାରେ ମଧ୍ୟ ଗୁରୁତ୍ବ ଦେବେ ସରକାର । ଏନେଇ ପୂର୍ବରୁ ଆଲୋଚନା ହୋଇଥିବା ବେଳେ ଏବେ ସରକାର ଏନେଇ ସ୍ପଷ୍ଟ କରିଛନ୍ତି ଏମବିବିଏସ ପାଠ୍ୟକ୍ରମ ପାଇଁ ଉପଲବ୍ଧ ବହିକୁ ଓଡ଼ିଆରେ ଅନୁବାଦ କରାଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । କେଉଁ କେଉଁ ବହିରୁ ଅନୁବାଦ କରାଯିବ ସେଥିପାଇଁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ୨୨ ଜଣିଆ କମିଟି ଗଠନ କରାଯାଇଛି । ଆସନ୍ତା ୧୫ ଦିନ ଭିତରେ ଏହି କମିଟି, ବିଭାଗକୁ ଆବଶ୍ୟକ ପ୍ରସ୍ତାବ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।ଏହି କମିଟିର ଅଧ୍ୟକ୍ଷ ରହିଛନ୍ତି ଓଡ଼ିଶା ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଡାକ୍ତର ମାନସ ରଂଜନ ସାହୁ । କେତେ ପରିମାଣର ମହି ଅନୁବାଦ ହେବ ଓ ଧାର୍ୟ୍ୟ ସମୟରେ କିଭଳି କାର୍ୟ୍ୟ ସରିବ ଏହି କମିଟି ତାହାର ଅନୁଧ୍ୟାନ କରିବେ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।