ଓଡ଼ିଶାକୁ ଆସୁଛି ‘ଆୟୁଷ୍ମାନ ଭାରତ’
ସାରା ଦେଶରେ ଆରମ୍ଭ ହେବ ଆୟୁଷ୍ମାନ ଭାରତ ପାର୍ଟ-୨। ୭୦ ବର୍ଷରୁ ଉର୍ଦ୍ଧ୍ୱ ସମସ୍ତ ବରିଷ୍ଠ ନାଗରିକଙ୍କୁ ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ମିଳିବ ସ୍ୱାସ୍ଥ୍ୟ ବୀମା। କିନ୍ତୁ ଓଡ଼ିଶାରେ ଯୋଜନା କାର୍ଯ୍ୟକାରୀରେ ହେବ ସାମାନ୍ୟ ବିଳମ୍ବ। କାହିଁକି ନା ଏଯାଏଁ ରାଜ୍ୟରେ ଆୟୁଷ୍ମାନ ଭାରତ ପାଇଁ ମୋଡାଲିଟି ସ୍ଥିର ହୋଇନାହିଁ।