ଭୁବନେଶ୍ବର: ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକରେ ୫ଟି ପ୍ରସ୍ତାବରେ କ୍ୟାବିନେଟ ମୋହର ବାଜିଛି । ଓଡ଼ିଆ ଭାଷା ସାହିତ୍ୟ ସଂସ୍କୁତି ବିଭାଗ ଅଧୀନ ରେ ଥିବା ଓଡ଼ିଆ ଅସ୍ମିତାକୁ ଉଜ୍ଜୀବିତ ପାଇଁ, ପ୍ରଚାର ପ୍ରସାର ପାଇଁ ଓଡ଼ିଆ ଅସ୍ମିତା ପାଇଁ କରଫୋସ ଫଣ୍ଡ ୨୦୦ କୋଟି ରଖାଯାଇଛି । ଓଡ଼ିଆ ଅସ୍ମିତା ଭବନ ନିର୍ମାଣ, ତାଳ ପାତ୍ର ପୋଥି ସଂଗ୍ରହ, କଳାକାର ଗୌରବ ନିଦ୍ଦି ଯୋଜନା, ଜାତୀୟ ବିଶ୍ୱ ବିଦ୍ୟାଳୟ ରେ ଓଡ଼ିଆ ଚେୟାର ପ୍ରତିଷ୍ଠା ପାଇଁ ସ୍ଥିର କରାଯାଇଛି । ଗାଇଡଲାଇନ ପାଇଁ ବିଭାଗ କୁ ନିର୍ଦ୍ଦେଶ । ଏକ୍ସପଟ ଙ୍କୁ ନେଇ କମିଟି ଗଠନ ହେବ ।ଗଣଶିକ୍ଷା ବିଭାଗର ରାଜ୍ୟରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୨୦ ହଜାର ଶିକ୍ଷକ ନିଯୁକ୍ତି ପାଇଁ ଵିଜ୍ଞାପନ ପ୍ରକାଶ ହୋଇଥିଲା । ଉଚ୍ଚ ନ୍ୟାୟାଳୟ ନିର୍ଦ୍ଧେଶ ଦେଇଥିଲେ । ଓଡ଼ିଶା ବିଦ୍ୟାଳୟ ୧୮ ହଜାର ୭୮୮ ପ୍ରାର୍ଥୀଙ୍କ ଚୟନ ଓ ନିଯୁକ୍ତି ପାଇଁ ନିର୍ଦ୍ଧେଶ ଦିଆଯାଇଛି ।ରାଜ୍ୟରେ ସର୍ବନିମ୍ନ ମଜୁରୀ ସଂଶୋଧନ ହୋଇଛି | ଅଣ କୁଶଳୀ, ଅର୍ଦ୍ଧ କୁଶଳୀ, କୁଶଳୀ ଓ ମୁଖ୍ୟ କୁଶଳୀ ର ଦୈନିକ ମଜୁରୀ 352 ଥିଲା ତାହା 450 ଟଙ୍କା କୁ ବୃଦ୍ଧି ପାଇଁ ନିଷ୍ପତ୍ତି | ପିଏମ କିସାନରେ ବାଦ ପଡ଼ିଥିବା ହିତାଧିକାରୀ ଙ୍କୁ ମାର୍ଗଦର୍ଶି ଅନୁଯାଇ ହେବେ ସାମିଲ । ସମସ୍ତ କୃଷକ ପାରିବା ହେବେ ପିଏମ କିସାନ ରେ ସାମିଲ ହେବା ନେଇ ସରକାର ନିଷ୍ପତ୍ତି ନେଇଛନ୍ତି ।