ଶପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଆରମ୍ଭ ହୋଇଛି । ବିଧାନସଭାରେ ଶୋକ ପ୍ରସ୍ତାବ ଆଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଦିବଙ୍ଗତ ନେତାଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ କରାଯାଇଛି । ପରଲୋକ ଗମନ କରିଥିବା ପୂର୍ବତନ ମନ୍ତ୍ରୀ ଡମ୍ବୁରଧର ଉଲ୍ଲାକା, ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ନାଥ ନାୟକ, ପୂର୍ବତନ ରାଜ୍ୟପାଳ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ, ପୂର୍ବତନ ମନ୍ତ୍ରୀ କମଳା ଦାସ ଓ ପୂର୍ବତନ ସଦସ୍ୟା ଭି. ସୁଜ୍ଞାନୀ କୁମାରୀ ଦେଓଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ ହୋଇଛି । ସେହିପରି ପରଲୋକ ଗମନ କରିଥିବା ମାଲକାନଗିରିର ପୂର୍ବତନ ବିଧାୟକ ଆଦିତ୍ୟ ମାଢୀ, ବିଶିଷ୍ଟ ସମାଜ ସେବୀ ପଦ୍ମଶ୍ରୀ କମଳା ପୂଜାରୀ ଏବଂ ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ ହୋଇଥିଲା । ଆରମ୍ଭରେ ଶାସକ ବିଜେପି ସଭ୍ୟମାନେ ଜୟ ଶ୍ରୀରାମ ଏବଂ କଂଗ୍ରେସ ଓ ବିଜେଡି ସଦସ୍ୟମାନେ ଜୟ ଜଗନ୍ନାଥ ନାରା ଦେଇଥିଲେ। ଜାତୀୟ ସଙ୍ଗୀତ ଗାନ ପରେ ରାଜ୍ୟପାଳ ରଘୁବର ଦାସ ଅଭିଭାଷଣ ରଖିଛନ୍ତି। ଜୟ ଜଗନ୍ନାଥ କହି ରାଜ୍ୟପାଳ ଅଭିଭାଷଣ ଆରମ୍ଭ କରିଥିଲେ। ରାଜ୍ୟପାଳଙ୍କ ଅଭିଭାଷଣ ଆରମ୍ଭରୁ ବିଜେଡି ଓ କଂଗ୍ରେସ ସଦସ୍ୟମାନେ କକ୍ଷତ୍ୟାଗ କରିଥିବା ଦେଖିବାକୁ ମିଳିଛି। ଓଡ଼ଆ ଅସ୍ମିତା ପ୍ରସଙ୍ଗକୁ ନେଇ ବିରୋଧୀ ସଦସ୍ୟମାନେ କକ୍ଷତ୍ୟାଗ କରିଛନ୍ତି।