ଆଜି ପ୍ରକାଶ ପାଇଛି ୨୦୨୨ ମସିହାର ଓଏଏସ୍ ରେଜଲ୍ଟ। ମୋଟ୍ ୬୮୩ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ଟପ୍ ଟେନ୍ରେ ୫ ମହିଳା ଓ ୫ ପୁରୁଷ ରହିଛନ୍ତି। ଶ୍ୱେତାଶ୍ରୀ ମହାପାତ୍ର ଓଏଏସ୍ ଟପ୍ପର ହୋଇଛନ୍ତି। ସେ କହିଛନ୍ତି ଦିନକୁ ଆଠ ଘଣ୍ଟା ପରିଶ୍ରମ କରୁଥିଲେ । ତାଙ୍କର ଇଚ୍ଛା ଥିଲା ଓଏସ ପାଇବା ପାଇଁ ଆଉ ସେ ପରିଶ୍ରମ କରିବା ଫଳରେ ପାଇଥିବା କହିଛନ୍ତି ।
ଦ୍ୱିତୀୟ ସ୍ଥାନରେ ପ୍ରିଙ୍କିଲ ପରବୀନ ପରିଡ଼ା, ତୃତୀୟ ସ୍ଥାନରେ ଦୀପ୍ତିରଞ୍ଜନ ପତି, ଚତୁର୍ଥ ସ୍ଥାନରେ ପ୍ରଜ୍ଞା ପାରଙ୍ଗମ, ପଞ୍ଚାମ ସ୍ଥାନରେ ଆଜାଦ ସାହୁ, ଷଷ୍ଠ ସ୍ଥାନରେ ଦୀପମ ରାଉତ, ସପ୍ତମ ସ୍ଥାନରେ ଦେବବ୍ରତ ଗୌଡ଼, ଅଷ୍ଟମ ସ୍ଥାନରେ ଆଦିତ୍ୟ ଦୀପଙ୍କର ଷଡ଼ଙ୍ଗୀ, ନବମ ସ୍ଥାନରେ କପିଳ କୁମାର ମହାନ୍ତି ଓ ଦଶମ ସ୍ଥାନରେ ଅମ୍ରିତା ସାହୁ ରହିଛନ୍ତି।
ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା-୨୦୨୨ ପାଇଁ ମୁଖ୍ୟ ଲିଖିତ ପରୀକ୍ଷା ଗତ ଫେବ୍ରୁଆରି ୨୫, ୨୬, ୨୮, ମାର୍ଚ୍ଚ ୧ ଓ ୩ ତାରିଖ ହୋଇଥିଲା। ମୁଖ୍ୟ ପରୀକ୍ଷାରେ କୃତକାର୍ଯ୍ୟ ପ୍ରାର୍ଥୀଙ୍କ ସାକ୍ଷାତକାର ଗତ ସେପ୍ଟେମ୍ବର ୧୦ରୁ ଅକ୍ଟୋବର ୭ ପର୍ଯ୍ୟନ୍ତ ଜାରି ଥିଲା। ଆଜି ଓପିଏସି ନିଜର ୱେବ୍ସାଇଟ୍ http://opsc.gov.inରେ ରେଜଲ୍ଟ ଜାରି କରିଛି। ପରୀକ୍ଷାର୍ଥୀମାନେ ନିଜର ଫଳାଫଳ ଏହାରି ମାଧ୍ୟମରେ ଜାଣି ପାରିବେ।