ଲୋକ ସଭା ନିର୍ବାଚନ ଶେଷ ହେବାକୁ ବସିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାକ୍ଷାତ୍କାରରେ ପୂର୍ବର କଂଗ୍ରେସ ସରକାରଗୁଡ଼ିକୁ ସମାଲୋଚନା କରିବାକୁ ଯାଇ କହିଛନ୍ତି, ଗାନ୍ଧିଜୀ ଜଣେ ମହାନ୍ ଆତ୍ମା ଥିଲେ। ଗତ ୭୫ ବର୍ଷ ମଧ୍ୟରେ ତାଙ୍କୁ ସେଭଳି ବୈଶ୍ୱିକ ସ୍ବୀକୃତି ପ୍ରଦାନ କରାଇବା କ’ଣ ଆମ ଉତ୍ତରଦାୟିତ୍ୱ ନ ଥିଲା? ତାଙ୍କୁ କେହି ଜାଣି ନ ଥିଲେ, ଦୟାକରି କ୍ଷମା କରନ୍ତୁ। ୧୯୮୨ରେ ତାଙ୍କ ଉପରେ ପ୍ରଥମ ଫିଲ୍ମ ନିର୍ମାଣ କରାଯାଇଥିଲା। ତା’ ପରେ ଗାନ୍ଧିଜୀ କିଏ ବୋଲି ବିଶ୍ୱବାସୀଙ୍କ ମନରେ ଜିଜ୍ଞାସା ସୃଷ୍ଟି ହୋଇଥିଲା। ଯାହା ଆବଶ୍ୟକ ଥିଲା, ତାହା ଆମେ କରି ନ ଥିଲେ। ଯଦି ବିଶ୍ୱ ମାର୍ଟିନ୍ ଲୁଥର କିଙ୍ଗ୍ ଓ ନେଲସନ୍ ମଣ୍ଡେଲାଙ୍କୁ ଜାଣିଥିଲା; ଗାନ୍ଧୀ ସେମାନଙ୍କଠାରୁ କିଛି କମ୍ ନ ଥିଲେ। ଏକଥା ସ୍ବୀକାର କରିବାକୁ ପଡ଼ିବ। ସାରା ବିଶ୍ୱ ଭ୍ରମଣ କରିବା ପରେ ମୁଁ ଏ କଥା କହୁଛି, ଭାରତ ତାଙ୍କୁ ସ୍ବୀକୃତି ଦେବା ଉଚିତ ଥିଲା ବୋଲି ମୋଦି କହିଛନ୍ତି।