ଭୁବନେଶ୍ବର: ହେଲମେଟ୍ ନଥିଲେ କେବଳ ଫାଇନ ଦେବାକୁ ପଡ଼ିବନି ଏପରିକି ଦରମା ବନ୍ଦ ହେବ। ଗାଡ଼ି ଚଳାଇଲା ବେଳେ ହେଲମେଟ୍ ପିନ୍ଧିବା ପାଇଁ ଏବେ ସରକାରୀ ନିର୍ଦ୍ଦେଶ ଜାରି କରାଯାଇଛି । ମୋହନା ଗୋଷ୍ଠୀ ଶିକ୍ଷା ଅଧିକାରୀ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ବାଇକ୍ ଚଳାଇବା ବେଳେ ପ୍ରାଥମିକ ଶିକ୍ଷକମାନେ ହେଲମେଟ୍ ପିନ୍ଧିବାକୁ ସେ ବାଧ୍ୟତାମୂଳକ କରିଛନ୍ତି। ଆଉ ଯଦି ଶିକ୍ଷକମାନେ ଏହାକୁ ମାନିବେ ନାହିଁ ତେବେ ବଡ଼ ଅସୁବିଧାରେ ପଡ଼ିପାରନ୍ତି । ଶିକ୍ଷକଙ୍କ ମାସିକ ଦରମା ବନ୍ଦ କରାଯିବ ବୋଲି କୁହାଯାଇଛି। ଗାଡ଼ି ଚଳାଇଲା ବେଳେ ହେଲମେଟ୍ ପିନ୍ଧିବା ପାଇଁ ଏପରି କୁହାଯାଇଛି । ବାଇକ୍ ଚଳାଇବା ବେଳେ ପ୍ରାଥମିକ ଶିକ୍ଷକମାନେ ହେଲମେଟ୍ ପିନ୍ଧିବାକୁ ସେ ବାଧ୍ୟତାମୂଳକ କରିଛନ୍ତି । ନଚେତ୍ ସମ୍ପୃକ୍ତ ଶିକ୍ଷକଙ୍କ ମାସିକ ଦରମା ବନ୍ଦ କରାଯିବ ।