କଟକରେ ପ୍ରଧାନମନ୍ତ୍ରୀ ମୋଦୀ ବିଶାଳ ଜନସଭାକୁ ସମ୍ବୋଧିତ କରିଛନ୍ତି । ଏହାସହ ବିଜେଡିକୁ ଟାର୍ଗେଟ କରି କହିଛନ୍ତି, ଓଡ଼ିଶାରେ ଭଷ୍ଟ୍ରାଚାରୀ ବିଜେଡି ଠାରୁ ଲୋକ ମୁହଁ ଫେରାଇଲେଣି । ବିଜେଡି ଚିଟଫଣ୍ଡ ଜରିଆରେ ଗରିବ ଲୋକଙ୍କୁ ଧୋକା ଦେଇଛି । ବିଜେଡି ଓଡ଼ିଶାକୁ ଜମି ମାଫିଆ, ବାଲି ମାଫିଆ, କୋଇଲା ମାଫିଆ, ଖଣି ମାଫିଆ ଦେଇଛି । ବିଜେଡିର ବିଧାୟକ ଓ ମନ୍ତ୍ରୀ ୨୪ ଘଣ୍ଟା ଏହି କାମରେ ଲାଗିଛନ୍ତି । ବିଜେଡିର ୨୫ ବର୍ଷ ସରକାରରେ କଣ ପାଇଛନ୍ତି ଓଡ଼ିଶାବାସୀ, ବିଜେପି ସରକାର ଆସିଲେ ମାଫିଆଙ୍କ ଅଣ୍ଟା ଭାଙ୍ଗିବ ।