ଭୁବନେଶ୍ବର: ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିରେ ମୁଖ୍ୟମନ୍ତ୍ରୀ କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ବର୍ଷା ଦିନରେ ବନ୍ୟା ପରିସ୍ଥିତି ମୁକାବିଲା ପାଇଁ ସମସ୍ତ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏସଆରସି ଓ ଅନ୍ୟ ଅଧିକାରୀ ଏ ଦିଗରେ ପ୍ରସ୍ତୁତ ଅଛନ୍ତି। ତାକୁ କିପରି କାର୍ଯ୍ୟକାରୀ କରାଯିବ, ସେ ଦିଗରେ ଆଲୋଚନା ହୋଇଥିବା ସେ କହିଛନ୍ତି । ସହରରେ ଅଳ୍ପ ବର୍ଷାରେ ବନ୍ୟା ସ୍ଥିତି ସୃଷ୍ଟି ହେଉଛି। ଭୁବନେଶ୍ୱର ଓ କଟକ ସହରର ବନ୍ୟା ନିୟନ୍ତ୍ରଣ ପାଇଁ ଆଇଆଇଟି ଦିଲ୍ଲୀ ଏକ ଦୀର୍ଘ ମିଆଦି ଯୋଜନା କରି ସରକାରଙ୍କୁ ରିପୋର୍ଟ ଦେବେ। ବନ୍ୟା ନିୟନ୍ତ୍ରଣ ଓ ଖବର ନେବାକୁ ବ୍ଲକ ଯାଏଁ କଣ୍ଟ୍ରୋଲ ରୁମକୁ ଆହୁରି ସ୍ମାର୍ଟ ଓ ଅପଡେଟ କରାଯିବ। ପାଣିପାଗ ବିଭାଗ ସହ ସମନ୍ବୟ ରଖି ଜିରୋ କାଜୁଆଲିଟି ନୀତି ଗ୍ରହଣ କରିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।