ଶ୍ରୀମନ୍ଦିର ଚାରିପାଶ୍ୱର୍ରେ ଲାଇଟ ଖୋଲା ହେବାକୁ ନେଇ ଅସନ୍ତୋଷ ପରେ ପୁଣି ଲାଇଟ ଲାଗିବ । ଖୁବ୍ ଶୀଘ୍ର ପୁଣି ଲାଇଟ ବ୍ୟବସ୍ଥା ହେବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । ସାମ୍ବାଦିକ ସମ୍ମିଳନୀରେ ଏନେଇ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ସୂଚନା ଦେଇଛନ୍ତି । ଶ୍ରୀମନ୍ଦିର ଚାରିପଟେ ଲଗାଯାଇଥିବା ଲାଇଟ ହଟାଇ ଦିଆଯିବା ଘଟଣାରେ ତଦନ୍ତ କରିବା ପାଇଁ ମୁଖ୍ୟ ସଚିବ ପ୍ରଦୀପ ଜେନା ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ । କାହିଁକି ଶ୍ରୀମନ୍ଦିରର ଚାରିପାଖରୁ ଲାଇଟ କଢ଼ାଯାଇଛି ତାହାର ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟ ଶାସନ ସଚିବ । ୩ଦିନ ତଳେ ଶ୍ରୀମନ୍ଦିରର ଆଲୋକୀକରଣ ପାଇଁ ଲଗାଯାଇଥିବା ଲାଇଟ୍ ଖୋଲି ଦିଆଯାଇଥିଲା । ଶ୍ରୀମନ୍ଦିର ଭିତରେ କେବୁଲ ଖୋଲୁଥିବା ବେଳେ ୪ଜଣଙ୍କୁ ଅଟକ ରଖି ସିଂହଦ୍ୱାର ଥାନା ପୁଲିସ୍ ପଚରାଉଚରା ଜାରି ରଖିଛି । ଏବେ ପୁଣି ଲାଇଟ ଲାଗିବାକୁ ନେଇ ଖୁସି ଅଛନ୍ତି ଭକ୍ତ ।