କୁଶଳରେ ବାହୁଡ଼ିଲେ ମହାପ୍ରଭୁ । ଜନ୍ମବେଦିରେ ଲୀଳାଖେଳା ସାରି ମହାପ୍ରଭୁ ଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ମା’ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିଛନ୍ତି। ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ, ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ସିଂହଦ୍ୱାରରେ ରହିଛନ୍ତି । ଶ୍ରୀ ହରିଶୟନ ଏକାଦଶୀ ତିଥିରେ ବୁଧବାର ରଥ ଉପରେ ଦାରୁ ବ୍ରହ୍ମଙ୍କୁ ସୁନାବେଶ କରାଯିବ। ମହଣ ମହଣ ସୁନାରେ ଆଭୂଷିତ ହୋଇ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ। ଅପରାହ୍ନ ୫ଟାରେ ସୁନାବେଶ ଆରମ୍ଭ ହୋଇ ୬ଟା ୩୦ ସୁଦ୍ଧା ଶେଷ ହେବ। ସେପଟେ ସୁନାବେଶ ଓ ଅଧରପଣା ଉପଲକ୍ଷେ ସମସ୍ତ ପ୍ରସ୍ତୁତି ଚାଲିଛି ।
ଘଣ୍ଟ ଘଣ୍ଟା, ନୃତ୍ୟ ସଙ୍ଗୀତ ମଧ୍ୟରେ ଭକ୍ତଙ୍କ ହରିବୋଲ, ହୁଳହୁଳି ଧ୍ୱନିରେ ପ୍ରକମ୍ପିତ ହେଉଛି ଶରଧାବାଲି। ନୀଳାଦ୍ରି ବିଜେ ପୂର୍ବରୁ ଆଜ୍ଞାମାଳ ଦେଇ ଅପମାନ ଜର୍ଜ୍ଜରିତ ମା’ ଲକ୍ଷ୍ମୀଙ୍କ ମାନଭଞ୍ଜନ କରିଛନ୍ତି ମହାପ୍ରଭୁ। ଏ ନେଇ ଶ୍ରୀନଅରଠାରେ ରଥ ଉପରେ ସ୍ବତନ୍ତ୍ର ନୀତି ଅନୁଷ୍ଠିତ ହୋଇଛି।