ବହୁ ଦିନ ଲୁଚକାଳି ପରେ ଶେଷରେ ଗିରଫ ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ ଡି ଦେବଗୌଡାଙ୍କ ନାତି ତଥା ଜେଡିଏସ ସାଂସଦ ପ୍ରଜୱଲ ରେଭନ୍ନା । ସେକ୍ସ ସ୍କାଣ୍ଡାଲ ମାମଲାରେ ସେ ଫେରାର ଥିଲେ । ଏବେ ଏସଆଇଟି ଦ୍ୱାରା ଗିରଫ ହୋଇଛନ୍ତି । ତାଙ୍କ ବିରୋଧରେ ଯୈାନ ନିର୍ଯାତନା ଅଭିଯୋଗ ଆସିବା ପରେ ସେ ଫେରାର ହୋଇଯାଇଥିଲେ । ଆଉ ୩୪ ଦିନ ପରେ ସେ ବେଙ୍ଗାଲୁୁରୁ ଫେରିବା ପରେ ଗିରଫ ହୋଇଛନ୍ତି । ଆଜି କୋର୍ଟରେ ତାଙ୍କୁ ହାଜର କରାଯାଇଛି । ତାଙ୍କୁ ସିଆଇଡି କାର୍ଯ୍ୟାଳୟକୁ ନିଆଯାଇଛି ଏବଂ ଆଜି ତାଙ୍କୁ ପଚରାଉଚରା କରାଯାଉଛି । ସେପଟେ ଡାକ୍ତରୀ ମାଇନା ପରେ ତାଙ୍କୁ ମାଜିଷ୍ଟ୍ରେଟ କୋର୍ଟରେ ହାଜର କରାଯିବ । ଏସଆଇଟି ତାଙ୍କୁ ରିମାଣ୍ଡ ଓ ହେପାଜତରେ ନେବାକୁ ଆବେଦନ କରିପାରେ । ସେକ୍ସ ସ୍କାଣ୍ଡାଲର ଭାଇରାଲ ଭିଡିଓ ଏବଂ ଅଡିଓ ନମୁନା ଯାଂଚ କରାଯିବ ।ଜର୍ମାନୀରୁ ଭାରତ ଫେରିବା ପୂର୍ବରୁ ପ୍ରଜୱଲ ରେଭନ୍ନା କର୍ଣ୍ଣାଟକ କୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ ।