୪ ଦିନ ପରେ ଭଦ୍ରକରେ ସ୍ବାଭାବିକ ହେଲା ଇଣ୍ଟରନେଟ ସେବା । ସୋସିଆଲ ମିଡିଆରେ ଆପତ୍ତିଜନକ ମନ୍ତବ୍ୟକୁ ନେଇ ଜିଲ୍ଲାରେ ଅଶାନ୍ତ ପରିବେଶ ସୃଷ୍ଟି ହେବା ପରେ ଇଣ୍ଟରନେଟ ସେବାକୁ ବନ୍ଦ କରାଯାଇଥିଲା । । ଭଦ୍ରକ ଚନ୍ଦନବଜାର, ସନ୍ଥିଆ, ପୁରୁଣାବଜାର ସମେତ ଧାମନଗର ଓ ଦୋବଲରେ ୨ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ଯୋଗୁ ହିଂସା ଦେଖାଦେଇଥିଲା । ଭଦ୍ରକର ସନ୍ଥିଆ, ଚନ୍ଦନବଜାର, ପୁରୁଣାବଜାର ଓ ଧାମନଗର, ଦୋବଲରେ ୧୬୩ ଧାରା ବଳବତ୍ତର ରହିଛି । ସୋମବାରଠୁ ଧାମନଗର ଓ ଦୋବଲରେ ୧୬୩ ଧାରା କୋହଳ କରାଯାଇଛି । ସକାଳ ୬ଟାରୁ ରାତି ୮ଟା ଯାଏଁ ଦୋକାନ ବଜାର ଖୋଲିବାକୁ ଅନୁମତି ମିଳିଥିଲେ ବି ୨ରୁ ଅଧିକ ଲୋକ ଭିଡ ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି । କୌଣସି ସଭା କିମ୍ବା ରାଲି ଉପରେ କଟକଣା ଲାଗିଛି । ବର୍ତ୍ତମାନ ସୁଦ୍ଧା ୩୩ ଜଣଙ୍କୁ ଗିରଫ କରାଯାଇଛି । ପୋଲିସ ଡିଜି ୱାଇବି ଖୁରାନିଆ ଧାମନଗର ଓ ଭଦ୍ରକ ସ୍ଥିତି ସମୀକ୍ଷା କରିବା ପରେ ଜବକୁ ବିଶ୍ବାସ ନକରିବାକୁ ପରାମର୍ଶ ଦେଇଛନ୍ତି ଡିଜିପି ।