ତାପମାତ୍ରା ବଢିବା ସହ ଦେଶରେ ବିଅର ବିକ୍ରି ମଧ୍ୟ ବଢୁଛି। ଏହି କ୍ରମରେ ଏଥର ଓଡିଶା ବିଅର ବିକ୍ରିରେ ସର୍ବକାଳୀନ ରେକର୍ଡ ଭାଙ୍ଗିଛି। ଅବକାରୀ ବିଭାଗ ତଥ୍ୟ ଅନୁସାରେ ୧ ଏପ୍ରିଲୁ ୨୫ ଏପ୍ରିଲ ମଧ୍ୟରେ ପ୍ରାୟ ୧୯.୬୫ ଲକ୍ଷ ପେଟି ବିଅର ବିକ୍ରି ହୋଇଛି। ପ୍ରତ୍ୟେକ ପେଟି ବାକ୍ସରେ ୨୪ଟି ବିଅର ବୋଟଲ ରହିଥାଏ। ଯେତେବେଳେ ଗତ ବର୍ଷ ୨୦୨୩ରେ ୧ ଏପ୍ରିଲୁ ୨୫ ଭିତରେ ୧୩.୬୧ ଲକ୍ଷ ପେଟି ବିଅର ବିକ୍ରି ହୋଇଥିଲା। ଗତବର୍ଷ ତୁଳନାରେ ଏହିବର୍ଷ ବିଅର ବିକ୍ରିରେ ପ୍ରାୟ ୪୪.୩୭ ପ୍ରତିଶତ ବୃଦ୍ଧି ଘଟିଛି।
ସେହିପରି ମାର୍ଚ୍ଚ ମାସରେ ମଧ୍ୟ ବିଅର ବୃଦ୍ଧି କ୍ଷେତ୍ରରେ ବୃଦ୍ଧି ଘଟିଥିଲା। ଚଳିତ ବର୍ଷ ମାର୍ଚ୍ଚରେ ୨୬.୨୨ଲକ୍ଷ ପେଟି ବିଅର ବିକ୍ରି ହୋଇଥିଲା। ଯେତେବେଳେ କି ଗତବର୍ଷ ୨୧.୩୧ ଲକ୍ଷ ପେଟି ବିକ୍ରି ହୋଇଥିଲା। ତେବେ ଗତବର୍ଷ ତୁଳନାରେ ଏଥିରେ ୨୩ ପ୍ରତିଶତ ବୃଦ୍ଧି ଘଟିଛି। ସବୁଠାରୁ କୌତୁହଳର ବିଷୟ ଏହା କି, ସାଧାରଣତଃ ଏପ୍ରିଲ ମାସରେ ବିଅର ବିକ୍ରି ୨୬ରୁ ୨୭ ପ୍ରତିଶତ ବୃଦ୍ଧି ହୋଇଥାଏ। କିନ୍ତୁ ଚଳିତବ ବର୍ଷ ଏହି ସଂଖ୍ୟା ରେକର୍ଡ ଭାଙ୍ଗିଛି। ଅବକାରୀ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କoହିବାନୁସାରେ, ଦୀର୍ଘ ଦିନ ଧରି ରାଜ୍ୟରେ ଜାରି ରହିଥିବା ଗ୍ରୀଷ୍ମ ପ୍ରବାହ ଯୋଗୁ ଏପ୍ରିଲରେ ବିଅର ବିକ୍ରି ବୃଦ୍ଧି କରିଛି।